ପୁଣି ହାତୀ ଆକ୍ରମଣରେ ଜଣେ ମୃତ

Oct 14, 2026 - 19:56
ପୁଣି ହାତୀ ଆକ୍ରମଣରେ ଜଣେ ମୃତ

ଚମ୍ପୁଆ: ପୁଣି ହାତୀ ଆକ୍ରମଣରେ ଜଣେ ମୃତ। ହାତୀ ଆକ୍ରମଣ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁବରଣ କରିଛି । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ସିଲିପୁଞ୍ଜି ଜଙ୍ଗଲରେ ୨୫ ଟିକିଆ ହାତୀପଲ ଥିବା ବେଳେ ଆଜି ହାତୀ ଦେଖିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବାରିଆ ଥାନା ଅନ୍ତର୍ଗତ ମଣ୍ଡମା ଗ୍ରାମର କେଦାର ମହାନ୍ତଙ୍କ ପୁଅ ଆକାଶ ମହାନ୍ତ (୧୪ )।

ଆଜି ସକାଳୁ ସେ ହାତୀ ଦେଖିବାକୁ ସିଲିପୁଞ୍ଜି ଜଙ୍ଗଲ ଯାଇଥିଲେ। ଜଙ୍ଗଲ ଭିତରେ ହାତୀ ହାବୁଡ଼ରେ ପଡ଼ିବାରୁ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ତାକୁ ଶୁଣ୍ଢରେ କଚାଡ଼ି ଦେବାରୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ହାତୀ ପାଖକୁ ଯିବା ଦ୍ବାରା ଏପରି ଅଘଟଣ ଘଟିଛି

ଆକାଶ ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ହାତୀ ଜଙ୍ଗଲରେ ଥିବା ବେଳେ ହାତୀ ପାଖକୁ କେହି ନଯିବା ନେଇ ବାରମ୍ବାର ବନ ବିଭାଗ ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକ ଏହାକୁ ଗୁରୁତ୍ବ ନ ଦେବା, ହାତୀ ଜଙ୍ଗଲ ଭିତରେ ଥିବା ବେଳେ ଲୋକେ ହାତୀ ପାଖକୁ ଯିବା ଦ୍ବାରା ଏପରି ଅଘଟଣ ଘଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।