ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ

Oct 29, 2026 - 13:14
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ

ନୂଆଦିଲ୍ଲୀ: ଶୁକ୍ରବାର (ଅକ୍ଟୋବର ୩୦)ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବାନସକଣ୍ଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ କିସ୍ତି ବାବଦ ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ମୋଟ ୯.୩୪କୋଟି ହିତାଧିକାରୀଙ୍କୁ ୧୮,୬୮୦ କୋଟି ଟଙ୍କା ପ୍ରଦାନ କରାଯିବ। ପିଏମ୍‌-କିଷାନ ଯୋଜନାରେ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ବାର୍ଷିକ ୬ହଜାର ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରିଆସୁଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକାରୀ ହୋଇଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।