ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ (ଆଇଓଏ)ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ (ଆଇଓଏ)ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ଏ ନେଇ ପୂର୍ବତନ ଭାରତୀୟ ନିର୍ବାଚନ କମିଶନର ସଞ୍ଜୟ କୁମାର ଶ୍ରୀବାସ୍ତବ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଡିସେମ୍ବର ୧୦ରେ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର କାର୍ଯ୍ୟକାଳ ଶେଷହେଉଛି। ଏହାର ୫ ଦିନ ପୂର୍ବରୁ ନିର୍ବାଚନ ହେବ। ନିର୍ବାଚନ ଜାତୀୟ କ୍ରୀଡ଼ା ଆଇନ୍-୨୦୨୫ ଓ ଆଇଓଏର ସମ୍ବିଧାନ ଅନୁଯାୟୀ ଅନୁଷ୍ଠିତ ହେବ। ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀବାସ୍ତବ ଦିଲ୍ଲୀର ପୂର୍ବତନ ନିର୍ବାଚନ କମିଶନର ରହିଥିଲେ। ତାଙ୍କ ନେତୃତ୍ବରେ ସ୍ବଚ୍ଛ ନିର୍ବାଚନ ନେଇ ଆଇଓଏ ଆଶା ରଖିଛି। ଭାରତୀୟ ଅଲିମ୍ପିକ୍ସ ସଂଘ ନିର୍ବାଚନ ପୂର୍ବରୁ ଆଥ୍ଲେଟିକ୍ କମିଶନ ନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବ। ଏଥିରେ ୧୦ ନିର୍ବାଚିତ ପ୍ରତିନିଧି ପୁରୁଷରେ ୫ ଓ ମହିଳାରେ ୫ ଭାରତୀୟ ଅଲିମ୍ପିକ୍ସ ସଂଘ ନିର୍ବାଚନରେ ପ୍ରତିିନିଧିତ୍ବ କରିବେ। ବର୍ତ୍ତମାନ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ଭାବେ ପୂର୍ବତନ ଧାବିକା ପି.ଟି ଉଷା ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।