ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା – ୨୦୨୬ ଗୁରୁବାର ସମ୍ପନ୍ନ
ସମ୍ବଲପୁର: ସମ୍ୱଲପୁରର ଗଙ୍ଗାଧର ମଣ୍ଡପ ଠାରେ ଦୀର୍ଘ ୪୦ ବର୍ଷ ପରେ ଆୟୋଜିତ ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା – ୨୦୨୬ ଗୁରୁବାର ସମ୍ପନ୍ନ ହୋଇଛି । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ମାନୀତ ଅତିଥି ରୂପେ ପ୍ରଦୀପ ବହିଦାର, ବିଜେପି ଜିଲା ସଭାପତି ରାମଚନ୍ଦ୍ର ମେହେର ଯୋଗ ଦେଇଥିଲେ ।
ଏହି କ୍ରିଡା ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଗୁଡିକ ଆୟୋଜିତ ହୋଇଥିଲା । ଜୁନିୟର ମହିଳା ୫୦ କିଗ୍ରା ବର୍ଗରେ ଶୁଭଲକ୍ଷ୍ମୀ ପାଲ (କଟକ), ମୀରା ରାଣା (ଗଞ୍ଜାମ) ସଫଳ ହୋଇଛନ୍ତି । ଜୁନିୟର ମହିଳା ୫୩ କିଗ୍ରା ବର୍ଗରେ କଟକର ଅନ୍ନପୁର୍ଣ୍ଣା ନାଏକ ଓ ଖୋର୍ଦ୍ଧାର ପଲକ ପ୍ରିୟଦର୍ଶିନୀ ମହାନ୍ତି, ଜୁନିୟର ମହିଳା ୫୭ କିଗ୍ରା ବର୍ଗରେ କଟକର ସୋନିଆଇ ନାୟକ ଏବଂ ଜୁନିୟର ମହିଳା ୫୯ କିଗ୍ରା ବର୍ଗରେ କଟକର ଗାୟତ୍ରୀ ପାଣୀ କୃତୀତ୍ୱ ଅର୍ଜନ କରିଛନ୍ତି । ବରିଷ୍ଠ ମହିଳା ୫୦ କିଗ୍ରା ବର୍ଗରେ ସ୍ନିଗ୍ଧାରାଣୀ ଭାଜି, ଶୁଭଶ୍ରୀ ନାଏକ, ୫୩ କିଗ୍ରା ବର୍ଗରେ ପୁରୀର ଆଲୋକରଶ୍ମୀ ଗୁରୁ, ୫୫ କିଗ୍ରା ବର୍ଗରେ ଭଦ୍ରକର ବନିତା ବେହେରା, ପୁରୀର କଲ୍ୟାଣୀ ବେହେରା, ୫୭ କିଗ୍ରା ବର୍ଗରେ ପୁରୀର ସୁପ୍ରିୟା ମହାପାତ୍ର, ୫୯ କିଗ୍ରା ବର୍ଗରେ ବାଲେଶ୍ୱରର ଲକ୍ଷ୍ମୀପ୍ରିୟା ବେହେରା, ମଧୁସ୍ମିତା ଜେନା, ୬୨ କିଗ୍ରା ବର୍ଗରେ ପୁରୀର ପାର୍ବତୀ ଦଳାଇ, କଟକର ଅଜିଜା ବେଗମ, ୬୮ କିଗ୍ରା ବର୍ଗରେ ସମ୍ବଲପୁରର ତମନ୍ନା ଗୋପେ ଏବଂ ୭୨ କିଗ୍ରା ବର୍ଗରେ ମନିଷା ବେହେରା ଓ ଅନୁଗୁଳର କୌଶିକ ପାଲ ସଫଳତା ଅର୍ଜନ କରିଛନ୍ତି । ସେହିଭଳି ପୁରୁଷ ବର୍ଗର ୫୭ କିଗ୍ରା ବର୍ଗରେ ପୁରୀର ଜଗନ ଖଟେଇ ଓ ସମ୍ବଲପୁରର ଲିଙ୍ଗରାଜ ମାଝୀ, ୬୧ କିଗ୍ରା ବର୍ଗରେ ପୁରୀର ଅଜିତ ଭୂୟାଁ ଓ ଗଞ୍ଜାମର ମିହିର ସେଠୀ, ୬୫ କିଗ୍ରା ବର୍ଗରେ ପୁରୀର ଯମେଶ୍ୱର ପାଇକରାୟ ଓ ସମ୍ବଲପୁରର ଆୟୁଷ କୁମାର ମହାନ୍ତି, ୭୦ କିଗ୍ରା ବର୍ଗରେ ପୁରୀର ଆର୍ଯ୍ୟାନ ସାହୁ ଓ କଟକର ବିଜୟ କୁମାର ନାଏକ, ୭୪ କିଗ୍ରା ବର୍ଗରେ ପୁରୀର
ଜ୍ୟୋତଜୀବନ ଜେନା ଓ କଟକର ଗୁଲାମ ଏମ ଖାନ, ୭୯ କିଗ୍ରା ବର୍ଗରେ ପୁରୀର ଦେବାଶିଷ ପାଣିଗ୍ରାହୀ ଓ କଟକର ଅଭିଷେକ ଗୁରୁ, ୮୬ କିଗ୍ରା ବର୍ଗରେ କଟକର ବାଦଲ ସାମଲ ଓ ପୁରୀର ଦାସ ସାମନ୍ତ ପି. ରେବତୀରମଣ ଏବଂ ୯୨ କିଗ୍ରା ବର୍ଗରେ ପୁରୀର ସୁଦର୍ଶନ ଦୀକ୍ଷିତ ଓ ସମ୍ବଲପୁରର ଆଶିଷ କୁମାର ସାହୁ ସଫଳତା ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ସଂଘର ସଭାପତି ଗିରିଶ ପଟେଲ, ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ରାମଦାସ ପଣ୍ଡା, ସୁବ୍ରତ କୁମାର ପଣ୍ଡା, ଲକ୍ଷ୍ମଣ ମେହେର,
ଅରୁଣ କୁମାର ଆଜାଦିୱାଲ, ସ୍ୱାଗତ କୁମାର ଘଡ଼େଇ, ସଞ୍ଜୀବ ପଟ୍ଟନାୟକ, ପରେଶ ବେରିହା, କ୍ଷମାନିଧି ବାଡ଼ି, ପୁଷ୍ପାଞ୍ଜଳି ସାହୁ, ଶାନ୍ତି ଗୋପେ, ଆଶା ସାମଲ ଓ ଡିଙ୍ଗର ମେହେର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।