ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ ‘ଆଇଏଫ୍ଡବ୍ଲ୍ୟୁଜେ’ ସହ ଅନୁବନ୍ଧିତ ହେଲା ଓଡ଼ିଶାର ‘କେୟୁଡବ୍ଲ୍ୟୁଜେ
ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ ‘ଆଇଏଫ୍ଡବ୍ଲ୍ୟୁଜେ’ ସହ ଅନୁବନ୍ଧିତ ହେଲା ଓଡ଼ିଶାର ‘କେୟୁଡବ୍ଲ୍ୟୁଜେ’
ଭୁବନେଶ୍ବର : ସର୍ବଭାରତୀୟ ସାମ୍ବାଦିକ ମହାସଂଘ ‘ଇଣ୍ଡିଆନ ଫେଡେରେସନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (IFWJ)ର ୧୩୨ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବିହାରର ଐତିହାସିକ ବୋଧଗୟାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ସାମ୍ବାଦିକ ସଂଗଠନ ‘କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (KUWJ)କୁ ଆନୁଷ୍ଠାନିକ ଭାବେ ଆଇଏଫ୍ଡବ୍ଲ୍ୟୁଜେ ସହିତ ସହବନ୍ଧିତ (Affiliated) କରାଯାଇଛି। ଏହା ସହିତ ବୈଠକରେ ବରିଷ୍ଠ ସାମ୍ବାଦିକ କେ. ବିଶ୍ୱଦେବ ରାଓଙ୍କୁ ଆଇଏଫ୍ଡବ୍ଲ୍ୟୁଜେର ନୂତନ ରାଷ୍ଟ୍ରୀୟ ମହାସଚିବ ଏବଂ ସନ୍ତୋଷ ଚତୁର୍ବେଦୀଙ୍କୁ ନ୍ୟାସନାଲ କନଫେଡେରେସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।Try
ଆଇଏଫ୍ଡବ୍ଲ୍ୟୁଜେ ରାଷ୍ଟ୍ରୀୟ ସଭାପତି ଗୋପାଳ ମିଶ୍ର ଓ ନୂତନ ମହାସଚିବ ଶ୍ରୀ ରାଓ ବୋଧଗୟା ସମ୍ମିଳନୀରେ କେୟୁଡବ୍ଲ୍ୟୁଜେର ଅନୁବନ୍ଧନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଐତିହାସିକ ନିଷ୍ପତ୍ତି ଖବର ପ୍ରକାଶ ପାଇବା ପରେ କେୟୁଡବ୍ଲ୍ୟୁଜେର ରାଜ୍ୟ ସଭାପତି ମନୋଜ ଦାସ ଏବଂ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ଗଭୀର ଖୁସି ବ୍ୟକ୍ତ କରିଛନ୍ତି। ଏହି ସହବନ୍ଧିତା ରାଜ୍ୟର ଜିଲ୍ଲା ତଥା ବ୍ଲକସ୍ତରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।