ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

Oct 14, 2026 - 20:18
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚଳିତ ପାର୍ବଣ ଋତୁରେ ସେମାନଙ୍କୁ କେନ୍ଦ୍ର ସରକାର ଭେଟି ଦେଉଛନ୍ତି ୭୮ ଦିନର ବୋନସ । ରେଳ ବିଭାଗରେ କାମ କରୁଥିବ ୧୧.୪୦ ଲକ୍ଷ କର୍ମଚାରୀ ଏଥିରେ ଉପକ୍ରୁତ ହେବେ । ଏଥିପାଇଁ କେନ୍ଦ୍ର ସରକାର ଅତିରିକ୍ତ ୨୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ଏହି ବୋନସ ରେଳବାଇର ଅଣଗେଜେଟେଡ କର୍ମଚାରୀମାନଙ୍କୁ ହିଁ ଉପଲବ୍ଧ ହେବ । ଯେମିତି କି ଟ୍ରାକ୍ ମେନ୍‌ଟେନର, ଲୋକୋ ପାଇଲଟ୍‌, ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସୁପର ଭାଇଜର, ଟେକ୍ନିସିଆନ୍ ଓ ଟେକ୍‌ନିକାଲ ହେଲପର, ପଏଣ୍ଟମ୍ୟାନ, ମିନିଷ୍ଟରିଆଲ ଷ୍ଟାଫ ଏବଂ ଅନ୍ୟ ଗ୍ରୁପ ସି କର୍ମଚାରୀ । ଚଳିତ ବର୍ଷ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟମାନର କାର୍ଯ୍ୟକୁ ଦୃଷ୍ଟିରେ ରଖି ପୁରସ୍କାର ସ୍ୱରୂପ ସେମାନଙ୍କୁ ଏହି ବୋନସ ପ୍ରଦାନ କରାଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ରେଳ ମନ୍ତ୍ରାଳୟ ରେକର୍ଡ ପରିମାଣର ସଫଳତା ହାସଲ କରିଛି । ୨୦୨୫-୨୬ ବର୍ଷରେ ରେଳବାଇ ମୋଟ ୧,୬୭୦ ମିଲିୟନ ଟନ୍ ସାମଗ୍ରୀ ପରିବହନ କରିଥିବା ବେଳେ ୭.୪୧ ବିଲିୟନ ଯାତ୍ରୀ ପରିବହନ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।