ଶେଷ ହେଲା ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର : ଶେଷ ହେଲା ଛାତ୍ର ସଂସଦ ନିର୍ବାଚନ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଆଜି ସକାଳ ୮ଟାରୁ କ୍ୟାମ୍ପସଗୁଡ଼ିକରେ ଭୋଟ୍ ଗ୍ରହଣ ପରେ ଗଣତି ଶେଷ ହେବା ପରେ ଫଳାଫଳ ପ୍ରକାଶ ପାଇଛି।
ଭୁବନେଶ୍ୱର ସ୍ଥିତ ରାଜଧାନୀ କଲେଜରେ ଏବିଭିପିର ବୃହତ୍ ବିଜୟ
ବେଲପାହାଡ଼ ଡିଗ୍ରୀ କଲେଜ, ବେଲପାହାଡ଼ ଏବିଭିପିର ବୃହତ ବିଜୟ ।
ପଞ୍ଚଗାଁ ମହିମା ମହାବିଦ୍ୟାଳୟ, ଝାରସୁଗୁଡାରେ ଏବିଭିପିର ବୃହତ ବିଜୟ ।
ଅନୁଗୋଳ ଜିଲ୍ଲାର ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ (Nilakantheswar Degree Mahavidyalaya) ସାଉଥ୍ ବଲଣ୍ଡାଠାରେ ଏବିଭିପିର ବୃହତ ବିଜୟ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସଭାପତି ପଦ ସମେତ ଅନ୍ୟାନ୍ୟ ପଦରେ ବୃହତ୍ ବିଜୟ ହାସଲ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।
ଝାରସୁଗୁଡ଼ା ଜିଲ୍ଲାର ପଞ୍ଚାୟତ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ, କୁମ୍ଭାରବନ୍ଧରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।
ଖୋର୍ଦ୍ଧା ଜିଲ୍ଲାର ଗୋଦାବରୀଶ (ଡିଗ୍ରୀ) ମହାବିଦ୍ୟାଳୟ, ବାଣପୁରରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।
କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ (ଡିଗ୍ରୀ) କଲେଜରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।
ବାଲୁଗାଁ ମହାବିଦ୍ୟାଳୟରେ ସଭାପତି ସମେତ ଅନ୍ୟାନ୍ୟ ପଦରେ ଏବିଭିପିର ବୃହତ ବିଜୟ ।
ମାର୍ଶାଘାଇ ମହାବିଦ୍ୟାଳୟରେ ଏବିଭିପିର ବୃହତ ବିଜୟ ।
ଅନ୍ତେଇ ମହାବିଦ୍ୟାଳୟରେ ଏବିଭିପିର ବୃହତ ବିଜୟ ।
କଟକ ଜିଲ୍ଲା କିଶୋର ନଗର ଡିଗ୍ରୀ କଲେଜରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।
ଶ୍ରୀ ଜୟଦେବ କଲେଜ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜିର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବୃହତ୍ ବିଜୟ
ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ (ବିଜେବି କଲେଜ)ରେ ଏବିଭିପିର ସମସ୍ତ ପ୍ରାର୍ଥୀ ବିଜୟୀ
ଯାଜପୁର ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ସମସ୍ତ ଏବିଭିପି ପାର୍ଥୀ ବିଜୟୀ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।