ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Sep 26, 2026 - 19:49
ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରାଜନଗର: ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି। ସଟର ତାଡ଼ି ଦୋକାନ ମଧ୍ୟରେ ପଶିବାର ଚିତ୍ର ସିସିଟିଭିରେ କଏଦ ହୋଇଛି।

ସିସିଟିଭି ଆଧାରରେ ତଦନ୍ତ କରାଯାଉଛି
ପୁଲିସ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନଥିବା ବେଳେ ସିସିଟିଭି ଆଧାରରେ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।