NH-49 Ghat Road Closure Announced: ବନ୍ଦ ରହିବ ଏହି ଘାଟି ରାସ୍ତା, କରାଯିବ ପାହାଡରେ ବ୍ଲାଷ୍ଟିଂ
ବାଙ୍ଗିରିପୋଷି ଘାଟିରେ ବ୍ଲାଷ୍ଟିଂ ପାଇଁ ଚଳାଚଳ ବନ୍ଦ। ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା NH-୪୯ ଘାଟି ରାସ୍ତା। ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ, ପ୍ରତି ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘାଟି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିବ। ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ପାହାଡ଼ରେ ବ୍ଲାଷ୍ଟିଂ କରାଯିବ।
ଏଥିସହ ବଡ଼ ପଥର ହଟାଇବା ପାଇଁ ଟ୍ରକ୍ ଓ ଡମ୍ପର ଚଳାଚଳ କରିବ। ତେଣୁ ବନ୍ଦ ସମୟରେ ବାଇକ୍ କୁ ମଧ୍ୟ ଅନୁମତି ମିଳିବ ନାହିଁ। ଛୋଟ ଗାଡ଼ିଗୁଡ଼ିକ ବିଶୋଇ-ଶଖାଭଙ୍ଗା-ଜୋକା-କତରାଛକ ଦେଇ ବିକଳ୍ପ ରାସ୍ତାରେ ଯାତାୟାତ କରିପାରିବେ। ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏନ୍ ଏଚ୍ ଏଆଇ, ପୋଲିସ ଓ ପରିବହନ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।....
ବାଙ୍ଗିରିପୋଷି ରାସ୍ତା ସଂପ୍ରସାରଣ ପାଇଁ ବନ୍ଦ ରହିବ NH-୪୯ ଘାଟି
ସପ୍ତାହର ବୁଧବାର, ଗୁରୁବାର ଶୁକ୍ରବାର ଓ ଶନିବାର ବନ୍ଦ ରହିବ ଘାଟି ରାସ୍ତା
ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘାଟି
ପାହାଡ଼ ବ୍ଲାଷ୍ଟିଙ୍ଗ କରାଯିବାକୁ ଥିବାରୁ ବନ୍ଦ ହେବ ଘାଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।