NICLl AO Recruitment: ନ୍ୟାସନାଲ୍ ଇନ୍ସ୍ୟୁରାନ୍ସରେ ଏଓ ପଦବିରେ ନିଯୁକ୍ତି: ନଭେମ୍ବର ୧୭ରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା
"ନୂଆଦିଲ୍ଲୀ: ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ରେ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର ପଦବିରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ପାଖେଇ ଆସୁଛି।
ଯେଉଁ ପ୍ରାର୍ଥୀମାନେ ଏହି ପଦବିରେ ଚାକିରି କରିବାକୁ ଆଗ୍ରହୀ, କିନ୍ତୁ କୌଣସି କାରଣରୁ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଏନଆଇସିଏଲର ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ ଅନଲାଇନ୍ରେ ଆବେଦନ କରିପାରିବେ।Advertisment ଏହି ପଦବିଗୁଡ଼ିକ ପାଇଁ ଆବେଦନର ଶେଷ ତାରିଖ ଅକ୍ଟୋବର ୨୮ ରହିଛି।
ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ଶୀଘ୍ର ଆବେଦନ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ଦିନ ହେବ ପରୀକ୍ଷା ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଆଧାରରେ କରାଯିବ।
ପ୍ରଥମ ପର୍ଯ୍ୟାୟ ପରୀକ୍ଷା: ନଭେମ୍ବର ୧୭, ୨୦୨୬ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଡିସେମ୍ବର ୨୨, ୨୦୨୬ରେ ହେବ।
ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଥିବା ଆବଶ୍ୟକ।
ଏଥିସହ ସମ୍ପୃକ୍ତ ପଦବି ପାଇଁ ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ମଧ୍ୟ ପୂରଣ କରିବାକୁ ପଡ଼ିବ।
ବୟସ ସୀମା ପ୍ରାର୍ଥୀଙ୍କ ବୟସ ୧ ଅକ୍ଟୋବର ୨୦୨୬ ଆଧାରରେ ଗଣନା କରାଯିବ।, ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।
ଆବେଦନ ଶୁଳ୍କ ଅନଲାଇନ୍ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଆବେଦନ ଶୁଳ୍କ ଦେବା ବାଧ୍ୟତାମୂଳକ।
ଶୁଳ୍କ ଦାଖଲ ନକଲେ ଆବେଦନ ଗ୍ରହଣ କରାଯିବ ନାହିଁ।
ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ୨୫୦ ଟଙ୍କା ଥିବା ବେଳେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧,୦୦୦ ଟଙ୍କା ରଖାଯାଇଛି।
କିପରି କରିବେ ଆବେଦନ?
ଆବେଦନର ଶେଷ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ଅନଲାଇନ୍ରେ ଆବେଦନ କରିପାରିବେ।
୧.
ପ୍ରଥମେ NICLର ଅଫିସିଆଲ୍ ୱେବ୍ସାଇଟ୍ nationalinsurance.nic.co.in/recruitmentକୁ ଯାଆନ୍ତୁ।
୨.
ମୁଖ୍ୟ ପୃଷ୍ଠାରେ ଥିବା "Recruitment" ବିଭାଗକୁ ଯାଇ "Apply Online" ଉପରେ କ୍ଲିକ୍ କରନ୍ତୁ।
୩.
ଏହାପରେ "Click here for New Registration" ଉପରେ କ୍ଲିକ୍ କରି ନିଜ ନାମ, ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ଦିଅନ୍ତୁ।
୪.
ଆବଶ୍ୟକ ସମସ୍ତ ତଥ୍ୟ ପୂରଣ କରିବା ପରେ ନିର୍ଦ୍ଧାରିତ ଆବେଦନ ଶୁଳ୍କ ଦାଖଲ କରନ୍ତୁ।
୫.
ଆବଶ୍ୟକୀୟ ଦସ୍ତାବିଜ୍ର ସ୍କାନ୍ କପି ଅପ୍ଲୋଡ୍ କରନ୍ତୁ।
ଫର୍ମ ଦାଖଲ କରିବା ପରେ ଏହାର ଏକ ପ୍ରିଣ୍ଟ୍ଆଉଟ୍ ରଖନ୍ତୁ।
ବିଶେଷ ସୂଚନା: ଆବେଦନ କରିବା ପୂର୍ବରୁ NICLର ଅଫିସିଆଲ୍ ବିଜ୍ଞପ୍ତିରୁ ପଦବିଭିତ୍ତିକ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ନିୟମ ନିଶ୍ଚିତ କରନ୍ତୁ।
ବାଂଲାଦେଶ କକ୍ସ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ମୃତ, ୯ ଗୁରୁତର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।