02 OCTOBER 2026

Welcome!

Unlock your personalized experience.
Sign Up

Nishitha Das: ନିଆରା ମଣିଷ ନିଶୀଥ ଦାସ: ୫୦ ବର୍ଷ ଧରି ଗାନ୍ଧୀଙ୍କ ପୂଜାରେ ନିମଗ୍ନ

Oct 02, 2026 - 04:15
Nishitha Das: ନିଆରା ମଣିଷ ନିଶୀଥ ଦାସ: ୫୦ ବର୍ଷ ଧରି ଗାନ୍ଧୀଙ୍କ ପୂଜାରେ ନିମଗ୍ନ

ଯାଜପୁରଟାଉନ: ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଥିବା ଅହିଂସାର ପୂଜାରୀ ବାପୁଙ୍କୁ ସ୍ମରଣ କରିବ ସାରା ଦେଶ। ତ୍ୟାଗ, ତିତିକ୍ଷା ଓ ବଳିଦାନର ମହାର୍ଘ ମୁହୂର୍ତ୍ତକୁ ମନେପକାଇ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଆଦର୍ଶ ପଥରେ ଅଗ୍ରସର ହେବାକୁ ପ୍ରେରଣା ଗୋଟାଇବ ଏ ସମାଜ। ଏଭଳି ସମୟରେ ଚର୍ଚ୍ଚାକୁ ଆସନ୍ତି ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଯାଜପୁରର ନିଆରା ମଣିଷ ନିଶୀଥ କୁମାର ଦାସ। ପାରମ୍ପରିକ ବେଶଭୂଷା ଓ ଗାନ୍ଧୀ ଟୋପି ପରିହିତ ଏହି ମଣିଷ ଗତ ୫୦ ବର୍ଷ ଧରି ଗାନ୍ଧୀଜୀଙ୍କ ପୂଜା କରିଆସୁଛନ୍ତି। ପ୍ରତ୍ୟେକ ଦିନ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ସଫାସୁତରା କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗ ଓ ବାଣୀକୁ ପ୍ରଚାର କରିଆସୁଛନ୍ତି। ସ୍ୱଚ୍ଛତା ରକ୍ଷା ଉପରେ ସଚେତନ କରୁଛନ୍ତି। 

Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌

ଯାଜପୁର ପୌରପାଳିକା ୟୁନିଟ-୮ର  ତାରାମଦନ ଗ୍ରାମର ବାସିନ୍ଦା ନିଶୀଥ କୁମାର ଦାସ। ବୟସ ୭୧ ବର୍ଷ ଡେଇଁଲାଣି। ଏହି ବୟସରେ ମଧ୍ୟ ସେ ସକାଳୁ ସାଇକଲ ଧରି ବାହାରିଯାନ୍ତି। ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସଫା କରିବା ସହ ଫୁଲଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ତାଙ୍କ କୁର୍ତ୍ତା ପକେଟରେ ସବୁବେଳେ ରହିଥାଏ ଫୁଲମାଳ, କର୍ପୂର, ଧୂପ ଓ ଚକୋଲେଟ। ଯେଉଁଠି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖନ୍ତି ସଙ୍ଗେସଙ୍ଗେ ଧୋଇ ସଫା କରି ଫୁଲଧୂପ ଓ କର୍ପୂର ଲଗାଇ ପୂଜା କରନ୍ତି। ନିଜସ୍ବ ଉଦ୍ୟମରେ ସେ ସରକାରୀ ବାଳିକା ବିଦ୍ୟାଳୟ, ବୈଷ୍ଣବ ଦତ୍ତ ଉଚ୍ଚବିଦ୍ୟାଳୟ ସମେତ ଏକାଧିକ ବିଦ୍ୟାଳୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ସେ ଅହିଂସାର ବାର୍ତ୍ତା ପ୍ରଚାର କରିବା ସହ ଛୋଟ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥାନ୍ତି।

Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ

ଏ ବିଷୟରେ ସେ କହିଛନ୍ତି ଯେ ଅନେକ ବର୍ଷ ତଳେ ଯାଜପୁର ସହର ଗାନ୍ଧୀଛକରେ ଥିବା ପ୍ରତିମୂର୍ତ୍ତିରେ ପଡ଼ିଥିବା ଶୁଖିଲା ଫୁଲମାଳ ଓ ଅପରିଷ୍କାର ପରିବେଶ ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହାପରଠାରୁ ସେ ମୂର୍ତ୍ତିର ଯତ୍ନ ନେବା ଆରମ୍ଭ କରିଥିଲେ ଏବଂ ଏହା ତାଙ୍କ ଦିନଚର୍ଯ୍ୟା ପାଲଟିଯାଇଛି। ଶ୍ରୀ ଦାସ ଷ୍ଟେଟବ୍ୟାଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ। ପୂର୍ବରୁ ସେ ପତ୍ନୀ ଓ ପୁଅଙ୍କୁ ହରାଇଛନ୍ତି। ଏପରିକି ପତ୍ନୀଙ୍କ ମୃତ୍ୟୁ ସମୟରେ ମଧ୍ୟ ସେ ଗାନ୍ଧୀଙ୍କ ସେବାକାର୍ଯ୍ୟ କରିବାକୁ ଭୁଲି ନଥିଲେ। ଏହା ତାଙ୍କୁ ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଗାନ୍ଧୀଙ୍କ ବାଣୀ ପ୍ରଚାର କରିଥାନ୍ତି। ଜୀବନର ଶେଷନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ପ୍ରଚାର କରିଚାଲିବେ ବୋଲି ଗାନ୍ଧୀବାଦୀ ଶ୍ରୀ ଦାସ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।