Nita Ambani: ନୀତା ଅମ୍ବାନୀଙ୍କ ରାଜକୀୟ ହାର ଏବେ ଚର୍ଚ୍ଚାରେ, ତିଆରି ପାଇଁ ଲାଗିଛି ୩ ବର୍ଷ

Sep 19, 2026 - 20:57
Nita Ambani: ନୀତା ଅମ୍ବାନୀଙ୍କ ରାଜକୀୟ ହାର ଏବେ ଚର୍ଚ୍ଚାରେ, ତିଆରି ପାଇଁ ଲାଗିଛି ୩ ବର୍ଷ

"ମୁମ୍ବାଇ: ଗଣେଶ ଚତୁର୍ଥୀ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ରାଜକୀୟ ଲୁକ୍‌ ଚର୍ଚ୍ଚାରେ ରହିଛି।

ମୁମ୍ବାଇସ୍ଥିତ ଆଣ୍ଟିଲିଆରେ ଗଣେଶ ପୂଜା ଅବସରରେ ସେ ଏକ ନାରଙ୍ଗୀ ଓ ଗୋଲାପୀ ରଙ୍ଗର ଓମ୍ବ୍ରେ ସିଲ୍କ୍‌ ଶାଢ଼ି ସହ ବଡ଼ ଆକାରର ଏକ ସୁନା ଜଡ଼ାଉ ହାର ପିନ୍ଧିଥିଲେ।

ତାଙ୍କ ପୋଷାକ ଅପେକ୍ଷା ଏହି ହାର ଅଧିକ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

Advertisment ପୁରୁଣା ଅଳଙ୍କାର ସଂଗ୍ରହ କରିବାରେ ଲାଗିଥିଲା ୩ ବର୍ଷ ସମୟ ଏହି ରାଜକୀୟ ହାରର ନାମ "ଆମ୍ରପାଲି ଭାରତମ୍‌"।

ରିପୋର୍ଟ ଅନୁସାରେ, ଆମ୍ରପାଲି ଜୁଏଲ୍ସ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ହାରଟି ନୂଆ ଅଳଙ୍କାରରୁ ତିଆରି ହୋଇନଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ପୁରୁଣା ଓ ପାରମ୍ପରିକ ଗହଣାକୁ ଏକାଠି କରି ଏହାର ଡିଜାଇନ୍‌ କରାଯାଇଛି।

ଏହି ଅନନ୍ୟ ହାର ପାଇଁ ପୁରୁଣା ଅଳଙ୍କାର ସଂଗ୍ରହ କରିବାରେ ପ୍ରାୟ ୩ ବର୍ଷ ସମୟ ଲାଗିଥିଲା।

ଏହା ପରେ ୧୪ ଜଣ ଦକ୍ଷ କାରିଗର ଅନେକ ମାସ ଧରି କାମ କରି ବିଭିନ୍ନ ଗହଣାକୁ ଏକ ସୁନ୍ଦର ଡିଜାଇନ୍‌ରେ ଯୋଡ଼ିଥିଲେ।

ହାରର ପ୍ରସ୍ତୁତି ପଛରେ ଦୀର୍ଘ ସମୟର ପରିଶ୍ରମ ଓ କାରିଗରୀ କୌଶଳ ରହିଛି।

ହାରରେ କେରଳର ପାରମ୍ପରିକ ହାର ସହ ଦକ୍ଷିଣ ଭାରତର ପୁରୁଣା ନାଥ, ଝୁମର, ଝୁମକା, ବିଲ୍ଲା ଓ ଚାନ୍ଦବାଲି ଭଳି ଅଳଙ୍କାର ସାମିଲ କରାଯାଇଛି।

ଏଥିରେ ମୋତି, ବିଭିନ୍ନ ରଙ୍ଗର ରତ୍ନ ଓ ହୀରା ମଧ୍ୟ ବ୍ୟବହାର କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ପ୍ରତ୍ୟେକ ପୁରୁଣା ଗହଣାର ନିଜସ୍ୱ ଶୈଳୀକୁ ବଜାୟ ରଖି ହାରଟିକୁ ଏକତ୍ର କରାଯାଇଛି।  "ଆମ୍ରପାଲି ଭାରତମ୍‌"ର ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ତଥ୍ୟ ପ୍ରକାଶ ପାଇନାହିଁ।

ହାରରେ ବ୍ୟବହୃତ ହୀରା, ମୋତି ଓ ପୁରୁଣା ଦୁର୍ଲଭ ଅଳଙ୍କାର ଯୋଗୁଁ ଏହାର ମୂଲ୍ୟ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି।

ତେବେ ନିର୍ଦ୍ଦିଷ୍ଟ ଦାମ ଜଣାପଡ଼ିନାହିଁ।

Doctor: ଉତ୍ତରାଖଣ୍ଡରେ PG ଡାକ୍ତରଙ୍କ ପାଇଁ ନୂଆ ନିୟମ: ପାଠପଢ଼ା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ ସେବା ଦେବା ବାଧ୍ୟତାମୂଳକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।