Nitin Nabin: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି: ଯଦି ତାଙ୍କର ସାହସ ଅଛି ଇସ୍ତଫା ଦିଅନ୍ତୁ: ନୀତିନ ନବୀନ

Oct 08, 2026 - 15:02
Nitin Nabin: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି: ଯଦି ତାଙ୍କର ସାହସ ଅଛି ଇସ୍ତଫା ଦିଅନ୍ତୁ: ନୀତିନ ନବୀନ

"ବାରାଣସୀ: ବିଜେପି ଜାତୀୟ ସଭାପତି ନୀତିନ ନବୀନ ଗୁରୁବାର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଅରାଜକ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ଯଦି ତାଙ୍କର ସତ୍‌ସାହସ ଅଛି ତେବେ ପ୍ରଥମେ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି।Advertisment ବାରାଣସୀରେ ଭାଷଣ ଦେଇ ଏହା କହିଛନ୍ତି ନିର୍ବାଚନ କମିସନଙ୍କୁ ଗାନ୍ଧୀଙ୍କ ସମାଲୋଚନାକୁ ନେଇ ନବୀନ କହିଛନ୍ତି, ସମାନ ନିର୍ବାଚନ କମିସନ କେରଳ ଓ ତାମିଲନାଡ଼ୁରେ ମଧ୍ୟ ନିର୍ବାଚନ କରାଉଛି।

ସେ ଗାନ୍ଧୀଙ୍କୁ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେବାର ଅଭିଯୋଗ ମଧ୍ୟ କରିଥିଲେ ଓ ଅଭିଯୋଗ କରିଥିଲେ ଯେ, ସେମାନଙ୍କୁ ଦେଶର ସମ୍ବଳ, ସମ୍ପତ୍ତି ଓ ଜମି ଉପରେ ଅଧିକାର ଦେବା ପାଇଁ ପ୍ରୟାସ କରାଯାଉଛି।

ଭାରତର ସମ୍ବଳ ଓ ସମ୍ପତ୍ତି କେବଳ ଭାରତର ଲୋକଙ୍କର, ଆମେ ଅନୁପ୍ରବେଶକାରୀଙ୍କୁ ଏହା ଉପରେ କୌଣସି ଅଧିକାର ଦେବାକୁ ଦେବୁ ନାହୁଁ ବୋଲି ନବୀନ କହିଛନ୍ତି।

ନବୀନ ବାରାଣସୀରେ ଭାଷଣ ଦେଇ ଏହା କହିଛନ୍ତି।

ସେ ଓ ଉତ୍ତର ପ୍ରଦେଶ ବିଜେପି ସଭାପତି ପଙ୍କଜ ଚୌଧୁରୀ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ।

Student Visa: ପାଠପଢ଼ା ପରେ ଆମେରିକାରେ ରହିବାକୁ ଚାହୁଁଥିବା ସ୍ବପ୍ନ ଉପରେ ଟ୍ରମ୍ପଙ୍କ ଫି ପ୍ରସ୍ତାବ ଛାଟ: ଭାରତୀୟ ହେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।