No UPI Day: ଅକ୍ଟୋବର ୨ରେ ପାଳନ ହେବନି ‘ନୋ ୟୁପିଆଇ ଡେ’: ଅର୍ଥମନ୍ତ୍ରୀଙ୍କ ସହ ବୈଠକ ପରେ ବ୍ୟବସାୟୀଙ୍କ ନିଷ୍ପତ୍ତି

Oct 01, 2026 - 15:39
No UPI Day: ଅକ୍ଟୋବର ୨ରେ ପାଳନ ହେବନି ‘ନୋ ୟୁପିଆଇ ଡେ’: ଅର୍ଥମନ୍ତ୍ରୀଙ୍କ ସହ ବୈଠକ ପରେ ବ୍ୟବସାୟୀଙ୍କ ନିଷ୍ପତ୍ତି

"ନୂଆଦିଲ୍ଲୀ: ଆସନ୍ତାକାଲି (ଅକ୍ଟୋବର ୨)ରେ ପାଳନ ହେବାକୁ ଥିବା "ନୋ ୟୁପିଆଇ ଡେ" ଆହ୍ୱାନକୁ ବ୍ୟବସାୟୀ ସଂଗଠନଗୁଡ଼ିକ ପ୍ରତ୍ୟାହାର କରିଛନ୍ତି।

ୟୁପିଆଇ ଉପରେ ଲଗାଯାଇଥିବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବୈଠକ ପରେ ବ୍ୟବସାୟୀ ସଂଗଠନଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି।Advertisment ଏମ୍‌ଡିଆର୍‌ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ବ୍ୟବସାୟୀ ନେତା ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ।

ସେମାନେ ପ୍ରସ୍ତାବିତ ୟୁପିଆଇ ଏମ୍‌ଡିଆର୍‌ ନେଇ ନିଜର ଦାବି ଓ ସମସ୍ୟା ଜଣାଇଥିଲେ।

ବ୍ୟବସାୟୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ହେଉଛି, ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ବାଣିଜ୍ୟିକ ପେମେଣ୍ଟ ଉପରେ ପ୍ରସ୍ତାବିତ ୦.୪୦% ଏମ୍‌ଡିଆର୍‌ ଲାଗୁ କରିବା ତାରିଖକୁ ଆହୁରି ଘୁଞ୍ଚାଯାଉ।

ଏହା ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ବଢ଼ାଇପାରେ ବୋଲି ସେମାନେ କହିଛନ୍ତି।

ଏହା ସହିତ ଏମ୍‌ଡିଆର୍‌ ଲାଗୁ ହେବାର ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ଦାବି କରିଛନ୍ତି।

ବ୍ୟବସାୟୀରୁ ବ୍ୟବସାୟୀ ୟୁପିଆଇ କାରବାରକୁ ମଧ୍ୟ ଶୁଳ୍କ ବ୍ୟବସ୍ଥାରୁ ବାହାରେ ରଖିବାକୁ ସେମାନେ ଚାହିଁଛନ୍ତି।

ସେମାନେ ଏମ୍‌ଡିଆର୍‌କୁ ଏକାଥରକେ ୦.୪୦% ଲାଗୁ ନକରି ପର୍ଯ୍ୟାୟକ୍ରମେ ଲାଗୁ କରିବାର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

୨୦୨୬-୨୭ରେ ୦.୨୦%ରୁ ଆରମ୍ଭ କରି ପ୍ରତିବର୍ଷ ୦.୦୫ ପ୍ରତିଶତ ପଏଣ୍ଟ ବଢ଼ାଇ ୦.୪୦% କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।

UPI: ଶୁଳ୍କ ପୂର୍ବରୁ ୟୁପିଆଇ କାରବାର କମିଲା ବୈଠକରେ ଅର୍ଥମନ୍ତ୍ରୀ ବ୍ୟବସାୟୀଙ୍କ ଦାବି ଓ ସମସ୍ୟା ଶୁଣିଥିଲେ ଏବଂ ସେଗୁଡ଼ିକୁ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।

ଏହା ପରେ ଅକ୍ଟୋବର ୨ର "ନୋ ୟୁପିଆଇ ଡେ" ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

ତେବେ ପ୍ରସ୍ତାବିତ ଏମ୍‌ଡିଆର୍‌ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ହୋଇନାହିଁ।

ବର୍ତ୍ତମାନ ବ୍ୟବସାୟୀ ସଂଗଠନ ଓ ସରକାର ମଧ୍ୟରେ ଏ ନେଇ ଆଲୋଚନା ଜାରି ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।