North Odisha Floods Worsen: ଲଗାଣ ବର୍ଷାରେ ବେହାଲ୍ ଉତ୍ତର ଓଡ଼ିଶା; କେଉଁଠି ବୁଡ଼ାଇଛି, କେଉଁଠି ଭସାଇଛି

Sep 26, 2026 - 15:18
North Odisha Floods Worsen: ଲଗାଣ ବର୍ଷାରେ ବେହାଲ୍ ଉତ୍ତର ଓଡ଼ିଶା; କେଉଁଠି ବୁଡ଼ାଇଛି, କେଉଁଠି ଭସାଇଛି

ଲଗାଣ ବର୍ଷାରେ ବେହାଲ୍ ଉତ୍ତର ଓଡ଼ିଶା। ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରେ ବିତ୍ପାତ ଆଣିଛି ବର୍ଷା। କେଉଁଠି ବୁଡ଼ାଇଛି ତ କେଉଁଠି ଭସାଇଛି। ପୁଣି କେଉଁଠି ସହର ତ ଆଉ କେଉଁଠି ଗାଁକୁ ଜଳବନ୍ଦୀ କରିଛି ବନ୍ୟା ପାଣି। ଉତ୍ତର ଓଡ଼ିଶା ପୁଣି ଥରେ ବନ୍ୟା ବିଭୀଷିକାରେ ସନ୍ତୁଳି ହେଉଛି। ବାଲେଶ୍ବର ଜିଲ୍ଲାରେ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି। 

ଲଗାଣ ବର୍ଷାରେ ବାଲେଶ୍ବର ସହରରେ ରାସ୍ତାରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏଁ ଲେଖାଏଁ ପାଣିର ସୁଅ। ରାସ୍ତାଘାଟ ଚାରିଆଡ଼େ ଖାଲି ପାଣି ଆଉ ପାଣି। ବିଭିନ୍ନ ଅଞ୍ଚଳରେ ତଳି ଅଞ୍ଚଳରେ ବର୍ଷା ଓ ବନ୍ୟା ପାଣି ପଶିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ। ... ସେପଟେ ଯାଜପୁର ଦଶରଥପୁରରେ ପୁଣି ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। କାଣୀ ନଦୀରେ ଘାଇ ହୋଇ ଯାଜପୁର ବ୍ଲକ୍ ଓ ଦଶରଥ ପୁର ବ୍ଲକ ଅନେକ ଗାଁ ଜଳବନ୍ଦୀ ହୋଇଛି। 

କାଣୀ ନଦୀ ବନ୍ଧରେ ୭୦ ଫୁଟର ଘାଇ ହୋଇ ଗାଁ ପଶିଛି ପାଣି। କସପା ତରପଦା ଓ ମଲିକାପୁର ପଞ୍ଚାୟତର ୧୦ରୁ ଅଧିକ ଗାଁ ଏବେ ଜଳବନ୍ଦୀ ହୋଇଛି। ପିଲା ଛୁଆ ଧରି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ଲୋକେ। ... ସେହିପରି ଭଦ୍ରକ ଆଙ୍କପଦାରେ ୧୨ ଫୁଟର ଘାଇ। ରାଜମୁକୁନ୍ଦପୁର ବ୍ରିଜ୍ ଉପରେ ସାଳନ୍ଦୀ ନଦୀର ବନ୍ୟାଜଳ ପ୍ରାୟ ୩ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଛି।

ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଅର୍ଣ୍ଣପାଳ–ଆଖୁଆପଦା ଅଞ୍ଚଳରେ ପ୍ରାୟ ୧୨ ଫୁଟର ଘାଇ ହୋଇଥିବା ସୂଚନା ମିଳିଛି। ଘାଇ ଯୋଗୁଁ ନଦୀଜଳ ନିକଟବର୍ତ୍ତୀ ଅଞ୍ଚଳକୁ ପଶିବାର ଆଶଙ୍କା ଦେଖାଦେଇଛି। ବନ୍ୟା ପରିସ୍ଥିତିକୁ ନଜରରେ ରଖି ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। 

  • ଲଗାଣ ବର୍ଷାରେ ବେହାଲ୍ ଉତ୍ତର ଓଡ଼ିଶା
  • ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରେ ବିତ୍ପାତ 
  • କେଉଁଠି ବୁଡ଼ାଇଛି, କେଉଁଠି ଭସାଇଛି
  • କେଉଁଠି ସହର ଜଳବନ୍ଦୀ, କେଉଁଠି ଗାଁରେ ବନ୍ୟା ପାଣି
  • ଭଦ୍ରକ, ଯାଜପୁରରେ ଘାଇ ଭାଙ୍ଗିଲା, ପାଣି ମାଡ଼ିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।