NorthEast United: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି; ଶନିବାର କଳିଙ୍ଗରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ଭେଟିବ ଆଇଏସ୍‌ଏଲ୍‌

Oct 23, 2026 - 16:12
NorthEast United: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି; ଶନିବାର କଳିଙ୍ଗରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ଭେଟିବ ଆଇଏସ୍‌ଏଲ୍‌

ଭୁବନେଶ୍ୱର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ଭୁବନେଶ୍ବ ର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ଘରୋଇ ଅଭିଯାନ ଆରମ୍ଭ କରିବ।

ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ସଂପ୍ରତି ଟେବୁଲର ଶୀର୍ଷରେ ଥିବା ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ଭେଟିବ ଏହି ଦଳ।

ଚଳିତ ଋତୁରେ ପ୍ରଥମ ବିଜୟ ଅପେକ୍ଷାରେ ଥିବା ଓଡ଼ିଶା ଏଫ୍‌ସି ଘରୋଇ ଦର୍ଶକଙ୍କ ସମର୍ଥନରେ ତିନି ପଏଣ୍ଟ ହାସଲ ଲକ୍ଷ୍ୟରେ ରଖିଛି।

ଅନ୍ୟପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ୍ ଲଗାତାର ତୃତୀୟ ବିଜୟ ସହ ଶୀର୍ଷ ସ୍ଥାନ ମଜବୁତ କରିବାକୁ ପ୍ରସ୍ତୁତ ହେଉଛି।

ଓଡ଼ିଶା ଏଫ୍‌ସି ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଏଫ୍‌ସିଠୁ ୧-୨ରେ ପରାସ୍ତ ହୋଇଥିଲା ବେଳେ ଇଣ୍ଟର କାଶୀ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ ଖାତା ଖୋଲିଛି।

ଅନ୍ୟପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ୍ ୧-୦ରେ ମୋହନ ବାଗାନ୍‌କୁ ଏବଂ ୪-୧ରେ କେରଳ ବ୍ଲାଷ୍ଟର୍ସକୁ ହରାଇ ପୂରା ୬ ପଏଣ୍ଟ ସହ ଶୀର୍ଷରେ ରହିଛି।

Advertisment ପୂର୍ବ ରେକର୍ଡ ଅନୁଯାୟୀ ଉଭୟ ଦଳ ୧୩ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍‌ସି ୭ ଥର ଜିତି ଆଗରେ ରହିଛି।

ନର୍ଥଇଷ୍ଟ ୪ ଥର ଜିତିଥିଲା ବେଳେ ଅନ୍ୟ ୨ ମ୍ୟାଚ୍‌ ଅମୀମାଂସିତ ରହିଛି।

ଏପରିକି କଳିଙ୍ଗ ଷ୍ଟାଡିୟମ୍‌ରେ ନର୍ଥଇଷ୍ଟ କେବେ ବି ଓଡ଼ିଶାକୁ ପରାସ୍ତ କରିନି।

ତେଣୁ ଘରୋଇ ଦର୍ଶକ ସମ୍ମୁଖରେ ବିଜୟ ପାଇବା ଆଶାରେ ରହିଛି ଓଡ଼ିଶା।

ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଟି ପୁରୁଷୋତ୍ତମ କହିଛନ୍ତି ଯେ ''ଆମ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ।

ନର୍ଥଇଷ୍ଟ ଟେବୁଲ ଶୀର୍ଷରେ ଥିଲେ ମଧ୍ୟ ବିନା ଚାପରେ ପଡ଼ିଆକୁ ଓହ୍ଲାଇବୁ।

ଆମେ ଏଥିପାଇଁ ପୂରା ପ୍ରସ୍ତୁତ ଅଛୁ।

ଗତ ବର୍ଷ ଆମେ ନର୍ଥଇଷ୍ଟକୁ ହରାଇଥିଲୁ।

ଏଥର ଘରୋଇ ପଡ଼ିଆରେ ଏହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବୁ।'' ଏହି ସମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର ଡିଫେଣ୍ଡର ଷ୍ଟିଫେନ ଇଜି ଉପସ୍ଥିତ ଥିଲେ।

କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।