Notorious Criminal Tarua Mahanti Arrested: କୁଖ୍ୟାତ ଅପରାଧୀ ତରୁଆ ଗିରଫ, ଦୁଇ ପୁଅ ଫେରାର; ପୋଲିସର ତଦନ୍ତ ଜାରି
ଜମି ବିବାଦରୁ ଦାଦାବଟି ଦାବି ଆଉ ଆକ୍ରମଣ ଅଭିଯୋଗରେ ଗିରଫ ହେଲା କୁଖ୍ୟାତ ଅପରାଧୀ ତରୁଆ ମହାନ୍ତି। ତରୁଣକାନ୍ତ ମହାନ୍ତି ଓରଫ ତରୁଆକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଜମିଜମା ବିବାଦ ଏବଂ ରାସ୍ତା ଅବରୋଧକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ରହିଛି ତରୁଆଙ୍କ ବିରୋଧରେ। ମଞ୍ଚେଶ୍ୱର ପୋଲିସ ତାଙ୍କୁ ଏକ ସଙ୍ଗବଦ୍ଧ ଅପରାଧୀ ଗୋଷ୍ଠୀର ମୁଖ୍ୟ ଓ ପେସାଦାର ଅପରାଧୀ ବୋଲି କହିଛି।
ପୋଲିସର ସୂଚନା ଅନୁସାରେ, ତରୁଆଙ୍କ ନାଁରେ ହତ୍ୟା ଉଦ୍ୟମ, ବିସ୍ଫୋରକ ଆଇନ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଦାଦାବଟି ଆଦାୟ, ଠକେଇ ଏବଂ ଜମି ହଡ଼ପ ଭଳି ଅଭିଯୋଗରେ ବିଭିନ୍ନ ଥାନାରେ ୧୪ଟି ମାମଲା ରହିଛି। ଏହି ଘଟଣାରେ ତରୁଆଙ୍କ ପୁଅ ନଳିନୀକାନ୍ତ ଓରଫ ଗୁଡୁ ଏବଂ ଭାଇ ପଞ୍ଚାନନ ଓରଫ ପଞ୍ଚୁଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ରହିଛି। ଉଭୟ ଏବେ ଫେରାର ଥିବା ସୂଚନା ମିଳିଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।