NSUI: ଏନ୍ଏସ୍ୟୁଆଇର ପ୍ରତିବାଦ କାର୍ଯ୍ୟକ୍ରମରେ ହିଂସା : ‘ହିଂସା’ ଅଭିଯୋଗରେ ୪ ଏତଲା ରୁଜୁ; ୧୮ ଗିରଫ
"ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ସୋମବାର କଂଗ୍ରେସ ପାର୍ଟିର ଛାତ୍ର ସଙ୍ଗଠନ ଏନ୍ଏସ୍ୟୁଆଇ ଓ ଯୁବ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିବା ବେଳେ ହିଂସା ଦେଖାଯାଇଥିବାଅଭିଯୋଗ ହୋଇଛି।
ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଅଞ୍ଚଳରେ ଏନ୍ଏସ୍ୟୁଆଇର ପ୍ରତିବାଦ ସମୟରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୁଲିସ ୪ଟି ଏତଲା ପଞ୍ଜିକୃତ କରିଛି।
ଏଥିରେ ଜଣେ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ କଥିତ ଛୁରାମାଡ଼, ଦଙ୍ଗା, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ମାମଲା ଅନ୍ତର୍ଭୁକ୍ତ।Advertisment ଆହୁରି ପଢନ୍ତୁ :Rahul Gandhi: ଜ୍ଞାନେଶ କୁମାର ଫର୍ମ୬ ବେଆଇନ ଭାବେ ବଦଳାଇଛନ୍ତି: ରାହୁଲ ଗାନ୍ଧୀ ୧୮ ଜଣ କର୍ମୀଙ୍କୁ ହିଂସା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି।
ପ୍ରତିବାଦକାରୀମାନେ ରାଇସିନା ରୋଡରେ ଥିବା ଏନ୍ଏସ୍ୟୁଆଇ ମୁଖ୍ୟାଳୟ ନିକଟରେ ପ୍ରତୀକାତ୍ମକ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଓ ଯନ୍ତର ମନ୍ତର ଆଡକୁ ଯିବାକୁ ଚେଷ୍ଟା କରିଥିଲେ।
ପ୍ରତିବାଦ ସମୟରେ ବିକ୍ରମ କୁମାର ନାମକ ଜଣେ ସିଆଇଏସ୍ଏଫ୍ କନଷ୍ଟେବଳ ଏକ ବ୍ୟାରିକେଡ୍ ନିକଟରୁ ଜଣେ ପ୍ରତିବାଦକାରୀଙ୍କୁ ନେଇ ଯାଉଥିବା ସମୟରେ କନଷ୍ଟେବଳଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ତାଙ୍କର ଡାହାଣ କହୁଣୀରେ ଆଘାତ ଲାଗିଥିଲା ଓ ତାଙ୍କୁ ଚିକିତ୍ସା ପାଇଁ ଆର୍ଏମ୍ଏଲ୍ ହସ୍ପିଟାଲକୁ ନିଆଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।