Nuapada: ନୂଆପଡ଼ାରେ ଅଜଣା ଗାଡି ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ
"ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି ।
ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ ବିରୁନପଦର୍ ଗ୍ରାମର ଦୁଇ ବ୍ୟକ୍ତି ନିଜ ସମ୍ପର୍କୀୟ ଘର ଖଡ଼ିଆଳ ବ୍ଲକ କୋଟିପଦର୍ ଯାଇଥିଲେ।Advertisment ଆହୁରି ପଢନ୍ତୁ: DGP reviews: ରାଜ୍ୟରେ ବନ୍ଦ ପାଳନକୁ ନେଇ ଡିଜିପିଙ୍କ ସମୀକ୍ଷା: ଶାନ୍ତିଶୃଙ୍ଖଳା ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଭୋରରୁ ନିଜ ଗ୍ରାମକୁ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।
ବେରୁନପଦର୍ ଗ୍ରାମର କପୂର୍ଚ୍ଚନ ପଟେଲ ଏବଂ ମନ୍ଦାକିନୀ ପଟେଲ ଉଭୟ ସ୍ୱାମୀ ସ୍ତ୍ରୀ ହୋଇଥିବାବେଳେ ଦୁର୍ଘଟଣା ପରେ ଶତାଧିକ ବ୍ୟକ୍ତି ୩୫୩ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।
ଉତ୍ୟକ୍ତ ଲୋକେ ପରିବାରଙ୍କୁ ଆର୍ଥିକ ସହାୟତା ଦାବି କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।