Nuclear Sites: ଇରାନର ପରମାଣୁ ସ୍ଥଳ ବିଷୟରେ ସୂଚନା ଦେଲେ ମିଳିବ ୧୮୮ କୋଟି ପୁରସ୍କାର: ଆମେରିକା ସେଣ୍ଟକମ୍

Nov 07, 2026 - 12:53
Nuclear Sites: ଇରାନର ପରମାଣୁ ସ୍ଥଳ ବିଷୟରେ ସୂଚନା ଦେଲେ ମିଳିବ ୧୮୮ କୋଟି ପୁରସ୍କାର: ଆମେରିକା ସେଣ୍ଟକମ୍

ୱାସିଂଟନ: ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ସୂଚନା ସଂଗ୍ରହ କରିବା ପାଇଁ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଘୋଷଣା କରିଛି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମ, ଏହାର ସ୍ଥାନ, ଉପକରଣ ଏବଂ ସମ୍ପୃକ୍ତ ବୈଜ୍ଞାନିକମାନଙ୍କ ବିଷୟରେ ଉପଯୋଗୀ ସୂଚନା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨ କୋଟି ଡଲାର ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ।

Advertisment ଆବଶ୍ୟକ ହେଲେ ସୂଚନାଦାତାଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ।

ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୮୮ କୋଟି ହେବ।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଆପୋଷ ବୁଝାମଣା କରିବାକୁ ଇଚ୍ଛୁକ।

ସୋସିଆଲ ମିଡିଆ ମାଧ୍ୟମରେ ଜାରି ଏକ ବିବୃତ୍ତିରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଆମେରିକାର ବୈଦେଶିକ ବିଭାଗର ନ୍ୟାୟ ପାଇଁ ପୁରସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଦାୟିତ୍ୱଗୁଡ଼ିକୁ ସମ୍ପୂର୍ଣ୍ଣ ପାଳନ କରିବାରେ ବିଫଳ ଆମେରିକାର ବୈଦେଶିକ ବିଭାଗର ଏହି କାର୍ଯ୍ୟକ୍ରମ ୧୯୮୪ ମସିହାରେ ଜାତୀୟ ସୁରକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ପ୍ରତିଷ୍ଠିତ ହୋଇଥିଲା।

ଏହାର ଉଦ୍ଦେଶ୍ୟ ହେଉଛି ଏପରି ସୂଚନା ସଂଗ୍ରହ କରିବା ଯାହା ଆମେରିକୀୟ ନାଗରିକ ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରିବ।

ବିବୃତିରେ ବୈଦେଶିକ ବିଭାଗ କହିଛି, ଇରାନ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ସୁରକ୍ଷା ଦାୟିତ୍ୱଗୁଡ଼ିକୁ ସମ୍ପୂର୍ଣ୍ଣ ପାଳନ କରିବାରେ ବିଫଳ ହେବା ଯୋଗୁଁ ଏଜେନ୍ସି ପାଇଁ ସେଣ୍ଟ୍ରିଫ୍ୟୁଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ଉପକରଣର ଉତ୍ପାଦନ ଏବଂ ଷ୍ଟକପାଇଲ୍ ବିଷୟରେ ଲଗାତାର ସୂଚନା ହାସଲ ରଖିବା କଷ୍ଟକର ହୋଇପଡ଼ିଛି।

ପୁରସ୍କାର ପାଇଁ କେଉଁ ପ୍ରକାରର ସୂଚନା ଯୋଗ୍ୟ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ।

Congress VS BJP: 'ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ,ଏହା ଲେଖି ରଖ': ଶାହଙ୍କୁ ଚ୍ୟାଲେଞ୍ଜ କଲେ ଭେନୁଗୋପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।