Nusrat: ସୁସ୍ଥ ହେଉଛନ୍ତି ନୁସ୍‌ରତ

Oct 17, 2026 - 09:48
Nusrat: ସୁସ୍ଥ ହେଉଛନ୍ତି ନୁସ୍‌ରତ

"ବହୁ ଦିନ ପରେ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ନୁସ୍‌ରତ ଭରୁଚା।

ବାଲିରେ ଏକ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା।

ଏବେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି କିଛି ଦିନ ଲାଗିବ ବୋଲି ତାଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।Advertisment ବୃତ୍ତିଗତ କାମ ସହ ଛୁଟି କାଟିବା ପାଇଁ ବାଲି ଯାଇଥିବା ନୁସ୍‌ରତ ଗତ ୧ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିଲେ।

ଏଥିରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା।

ପ୍ରଥମେ ବାଲିରେ ତାଙ୍କର ଚିକିତ୍ସା କରାଯାଇଥିଲା।

ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା।ମୁମ୍ବାଇରେ ନୁସ୍‌ରତଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହାପରେ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଡାକ୍ତରମାନେ ତାଙ୍କୁ ହସ୍ପିଟାଲ୍‌ରୁ ଘରକୁ ଯିବାକୁ ଅନୁମତି ଦେଇଥିଲେ।

ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି।

ଏହି କଠିନ ସମୟରେ ପ୍ରଶଂସକଙ୍କ ଭଲପାଇବା, ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ନୁସ୍‌ରତଙ୍କ ଟିମ୍ ପକ୍ଷରୁ କୃତଜ୍ଞତା ଜଣାଯାଇଛି।

ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଖବର ପାଇବା ପରେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନେ ଖୁସି ପ୍ରକାଶ କରିବା ସହ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛନ୍ତି।

ଏବେ ନୁସ୍‌ରତ ଘରେ ରହି ବିଶ୍ରାମ ନେବା ସହ ସୁସ୍ଥ ହେବା ଉପରେ ଧ୍ୟାନ ଦେଉଛନ୍ତି।

ତାଙ୍କର ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।