Octopus Grips Fisherman’s Face: ମୁହଁକୁ ଜାବୁଡ଼ି ଧରିଲା ଅକ୍ଟୋପସ୍, ଏମିତି ଉପାୟରେ ବଞ୍ଚିଲେ ମତ୍ସ୍ୟଜୀବୀ

Aug 18, 2026 - 18:41
Octopus Grips Fisherman’s Face: ମୁହଁକୁ ଜାବୁଡ଼ି ଧରିଲା ଅକ୍ଟୋପସ୍, ଏମିତି ଉପାୟରେ ବଞ୍ଚିଲେ ମତ୍ସ୍ୟଜୀବୀ

ସମୁଦ୍ରରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ମୁହଁରେ ଅକ୍ଟୋପସ୍ ଲାଗିଯିବାର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍। ଫିଲିପାଇନ୍ସ ନିକଟ ସମୁଦ୍ରରେ ଜେସର ସର୍ଭାଣ୍ଟେସ୍ ଏକ କାଠ ଡଙ୍ଗାରେ ମାଛ ଧରୁଥିଲେ। ହଠାତ୍ ଧରାପଡ଼ିଥିବା ଅକ୍ଟୋପସ୍‌ଟି ତାଙ୍କ ମୁହଁ ଉପରେ ଲାଗିଯାଇ ଟେଣ୍ଟାକଲ୍‌ରେ ମୁଣ୍ଡକୁ ଜୋରରେ ଜାବୁଡ଼ି ଧରିଥିଲା।

ଏପରିକି ଅକ୍ଟୋପସ୍‌ର ଶୋଷକଗୁଡ଼ିକ ତାଙ୍କ ମୁହଁ ଓ ପାଟିକୁ ଢାଙ୍କିଦେବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଥିଲା। ନିଜକୁ ମୁକ୍ତ କରିବା ପାଇଁ ସର୍ଭାଣ୍ଟେସ୍ ଏକ କଟା ବାଉଁଶ ଖଣ୍ଡରେ ଅକ୍ଟୋପସ୍‌କୁ ବାରମ୍ବାର ଆଘାତ କରିଥିଲେ। ଶେଷରେ ଏହାର ସେ ଅକ୍ଟୋପସ୍‌କୁ ମୁହଁରୁ ହଟାଇ ପାଣିରେ ଛାଡ଼ିଦେଇଥିଲେ।

ଘଟଣା ପରେ ବଞ୍ଚି ଯାଇଥିବା ମତ୍ସ୍ୟଜୀବୀ କହିଛନ୍ତି, ଅକ୍ଟୋପସ୍‌ଟି ଏତେ ଶକ୍ତ ଭାବେ ଲାଗିଥିଲା ଯେ ତାଙ୍କ ମୁହଁ ପ୍ରାୟ ଛିଣ୍ଡିଯିବା ଭଳି ଲାଗିଥିଲା। ଅକ୍ଟୋପସ୍‌ର ଶୋଷକ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ସେଗୁଡ଼ିକ ଦ୍ୱାରା ଏହା ବସ୍ତୁକୁ ଦୃଢ଼ ଭାବେ ଧରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।