Odia Engineer Ashok Basa ଓଡ଼ିଆ ଇଞ୍ଜିନିୟର ଅଶୋକ ବସା ଡବ୍ଲ୍ୟୁଏଫଇଓର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ

Sep 29, 2026 - 21:32
Odia Engineer Ashok Basa ଓଡ଼ିଆ ଇଞ୍ଜିନିୟର ଅଶୋକ ବସା ଡବ୍ଲ୍ୟୁଏଫଇଓର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ

"ଭୁବନେଶ୍ୱର:  ବିଶ୍ୱସ୍ତରରେ ଭାରତର ଇଞ୍ଜିନିୟରିଂ ନେତୃତ୍ୱ ପାଇଁ ଏକ ଗୌରବମୟ ସ୍ୱୀକୃତି ସ୍ୱରୂପରେ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫଇଓ) ର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।Advertisment Science Book: ଓଡ଼ିଆରେ ଯୁକ୍ତ୨ ବିଜ୍ଞାନ ବହି: ଯୁକ୍ତ୨ କଲେଜ ପାଠାଗାରକୁ ପଠାଗଲା, ପୂର୍ବରୁ ଓଡ଼ିଆରେ ଇଂଜିନିୟରିଂ ବହି ହୋଇଥିଲା ଡବ୍ଲ୍ୟୁ.ଏଫ.ଇ.ଓ.

ପକ୍ଷରୁ ଏହି ନିଯୁକ୍ତି ୨୮ ସେପ୍ଟେମ୍ବର ୨୦୨୬ରୁ କାର୍ଯ୍ୟକାରୀ ହୋଇଛି ଏବଂ ଏହି କମିଟିର ନିର୍ଦ୍ଧାରିତ କାର୍ଯ୍ୟକାଳ ୨୦୨୭ ମସିହା ଶେଷ ପର୍ଯ୍ୟନ୍ତ ରହିବ ।

ଡବ୍ଲ୍ୟୁ.ଏଫ.ଇ.ଓ.

ପକ୍ଷରୁ ଏହି ଆଭ୍ୟନ୍ତରୀଣ ଅଡିଟ୍ କମିଟି ପ୍ରଥମ ଥର ପାଇଁ ଗଠନ କରାଯାଇଥିବାରୁ, ଇଂ.

ଅଶୋକ ବସା ଏହାର ପ୍ରଥମ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି ।

Bel Deputy Engineer Recruitment: ଖୁବଶୀଘ୍ର ଡେପୁଟି ଇଞ୍ଜିନିୟର ପଦବି ହେବ ପୂରଣୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ବିଶ୍ୱର ବିଭିନ୍ନ ଦେଶର ଇଞ୍ଜିନିୟରିଂ ସଂଗଠନଗୁଡ଼ିକୁ ନେଇ ଗଠିତ ଏକ ବିଶ୍ୱସ୍ତରୀୟ ଫେଡେରେସନ୍ ।

୧୯୬୮ ମସିହାରେ ଯୁନେସ୍କୋ ର ପଦକ୍ଷେପରେ ପ୍ରତିଷ୍ଠିତ ଡବ୍ଲ୍ୟୁ.ଏଫ.ଇ.ଓ.

ବିଶ୍ୱ ଇଞ୍ଜିନିୟରିଂ ସମୁଦାୟ ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ଇଞ୍ଜିନିୟରିଂରେ ଉତ୍କର୍ଷତା ସହିତ ସ୍ଥାୟୀ ବିକାଶରେ ଇଞ୍ଜିନିୟରିଂର ଅବଦାନକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଛି ।

National Engineers' Day: ଜାତୀୟ ଯନ୍ତ୍ରୀ ଦିବସ ଗତ ଡିସେମ୍ବର ୨୦୨୫ ରେ ଇଂ.

ବସା ଡବ୍ଲ୍ୟୁ.ଏଫ.ଇ.ଓ.

ର ପ୍ରତିଷ୍ଠା ପରଠାରୁ ଏହାର ଆଭ୍ୟନ୍ତରୀଣ ଅଡିଟର ଭାବେ କାର୍ଯ୍ୟ କରିଥିବା ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ ।

ଏହା ପୂର୍ବରୁ ସେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଡବ୍ଲ୍ୟୁ.ଏଫ.ଇ.ଓ.

ର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏବଂ ଏହି ସମ୍ମାନଜନକ ନେତୃତ୍ୱ ପଦବୀ ଅଳଙ୍କୃତ କରିଥିବା ଦ୍ୱିତୀୟ ଭାରତୀୟ ହୋଇଥିଲେ ।

ଏଥିସହିତ, ସେ ୨୦୨୨–୨୦୨୩ ଏବଂ ୨୦୨୩–୨୦୨୫ ଅବଧିରେ ଡବ୍ଲ୍ୟୁ.ଏଫ.ଇ.ଓ.

ର ଷ୍ଟ୍ରାଟେଜିକ୍ ପ୍ଲାନିଂ କମିଟି ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।