Odia Worker Feared Missing in Surat Floods: ସୁରଟ ବନ୍ୟାରେ ଓଡ଼ିଆ ଶ୍ରମିକ ନିଖୋଜ, ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାର
ପରିବାର ପ୍ରତିପୋଷଣ ପାଇଁ ସୁରଟ ଯାଇଥିଲେ। ହେଲେ ସେଠାରେ ହୋଇଥିବା ବନ୍ୟାରେ ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ଦାଦନ ଶ୍ରମିକ। ନିଖୋଜ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁର ସ୍ୱରାଜ୍ୟ ଜେନା ।
ଗତ ୩ ଦିନ ହେଲା ତାଙ୍କର କୌଣସି ଖୋଜଖବର ମିଳୁନଥିବା ବେଳେ ମୋବାଇଲ୍ ମଧ୍ୟ ବନ୍ଦ ରହିଛି। ଏପଟେ ତାଙ୍କ ଘରେ ଏବେ କାନ୍ଦବୋବାଳି ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବନ୍ୟା ପାଣିରେ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ବରାଜ୍ୟଙ୍କୁ ଖୋଜି ବାହାର କରିବାରେ ସରକାର ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର।
ସୁରଟ ବନ୍ୟାରେ ଓଡ଼ିଆ ଶ୍ରମିକ ନିଖୋଜ
ନିଖୋଜ ଶ୍ରମିକ ଗଞ୍ଜାମର ସ୍ୱରାଜ୍ୟ ଜେନା
୩ ଦିନ ହେଲା ଫୋନ୍ ବନ୍ଦ, ମିଳୁନି ଖୋଜଖବର
ବନ୍ୟାରେ କେଉଁଆଡ଼େ ନିଖୋଜ ହୋଇଥିବା ଅଭିଯୋଗ
ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।