Odisha: ମଣିଷ-ଓଡ଼ଶ ସହାବସ୍ଥାନ କଥା
"ଖଟରେ ଥରେ ଓଡ଼ଶ ଘର କଲେ ଭଲରେ ଶୋଇବା ଆଉ ସମ୍ଭବ ହୁଏ ନାହିଁ।
ଏହି ରକ୍ତଶୋଷଣକାରୀ କୀଟକୁ ନିଜଠାରୁ ଦୂରେଇବା କେତେ କଷ୍ଟ ତାହା ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣନ୍ତି।
ଏହାର କାରଣ ହେଲା, ଓଡ଼ଶ ବା ଛାରପୋକ ଆକାରରେ ଛୋଟ ହେଲେ ମଧ୍ୟ ମଣିଷ ସହ ଏହା ହଜାର ହଜାର ବର୍ଷ ଧରି ତିଷ୍ଠି ରହିବା ଶିଖିଯାଇଛି।Advertisment Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍ ନୂଆ ଗବେଷଣା ଅନୁସାରେ, ମଣିଷ ଯେତେବେଳେ ପ୍ରଥମ ସହର ଗଢ଼ିଲା, ସେହି ସମୟରୁ ଓଡ଼ଶ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଥିଲା।
ମଣିଷର ଘର, ଖଟ ଓ ନିୟମିତ ରକ୍ତର ଉତ୍ସ ଏହି ପୋକ ପାଇଁ ଏକ ନୂଆ ଆଶ୍ରୟ ପାଲଟିଗଲା।
ଗବେଷକମାନେ ଓଡ଼ଶର ବଂଶଧାରା ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ, ମଣିଷ ସହ ରହୁଥିବା ଓଡ଼ଶର ସଂଖ୍ୟା ପ୍ରାୟ ୧୩ ହଜାର ବର୍ଷ ପୂର୍ବେ ବଢ଼ିଥିଲା।
ଏହି ସମୟ ମଣିଷର ସ୍ଥାୟୀ ବସତି ଓ ସାମାଜିକ ଜୀବନର ବିକାଶ ସହ ଜଡ଼ିତ।
କିନ୍ତୁ ଓଡ଼ଶ ସବୁବେଳେ ମଣିଷର ରକ୍ତ ଖାଉ ନଥିଲା।
ଏହାର ପୂର୍ବଜମାନେ ବାଦୁଡ଼ିଆ ଭଳି ପ୍ରାଣୀଙ୍କ ନିକଟରେ ବସବାସ କରି ସେମାନଙ୍କ ରକ୍ତରୁ ଖାଦ୍ୟ ପାଉଥିଲେ।
ପରେ ମଣିଷ ଓ ଅନ୍ୟ ପ୍ରାଣୀମାନେ ଏକାଠି ବସବାସ କରିବାରୁ ଓଡ଼ଶର କିଛି ପ୍ରଜାତି ମଣିଷକୁ ନୂଆ ଖାଦ୍ୟ ଉତ୍ସ ଭାବେ ବାଛିନେଲେ।
Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର ଓଡ଼ଶର ଆଉ ଏକ ବିଶେଷତ୍ବ ହେଉଛି ଏହାର ଲୁଚି ରହିବାର କ୍ଷମତା।
ଗଦି, ଖଟର ଫାଙ୍କ, କାଠର ଛୋଟ ଛିଦ୍ର ଓ ଘରର ଅନ୍ଧାରିଆ କୋଣରେ ଏହା ଲୁଚି ରହିପାରେ।
ରାତି ହେଲେ ବାହାରକୁ ଆସି ମଣିଷର ରକ୍ତ ଶୋଷେ।
ଏହି କାରଣରୁ ଓଡ଼ଶକୁ ଖୋଜି ବାହାର କରିବା ମଧ୍ୟ ସହଜ ନୁହେଁ।
ମଣିଷ ସଭ୍ୟତା ଯେତେ ଆଗକୁ ବଢ଼ିଲା, ଓଡ଼ଶ ମଧ୍ୟ ମଣିଷ ସହ ତାହାର ଯାତ୍ରା ଜାରି ରଖିଲା।
ଗାଁରୁ ସହର, ଛୋଟ ଘରରୁ ବଡ଼ ଅଟ୍ଟାଳିକା ମଣିଷ ଯେଉଁଠି ଗଲା, ଏହି ଛୋଟ ପୋକ ମଧ୍ୟ ସେଠାରେ ପହଞ୍ଚିଗଲା।
ଓଡ଼ଶ ଏମିତି ଏକ ଜୀବ, ଯିଏ ହଜାର ହଜାର ବର୍ଷ ଧରି ମଣିଷର ପିଛା ଛାଡ଼ିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।