Odisha-Andhra Police Face Off: ନିର୍ବାଚନ ପୂର୍ବରୁ କୋଟିଆ ତାତି, ସୀମାନ୍ତରେ ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ପୋଲିସ
କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ଛକାପଞ୍ଝା।
ନିର୍ବାଚନ ଯେତିକି ପାଖେଇ ଆସୁଛି, ସୀମାନ୍ତ ଅଞ୍ଚଳରେ ସେତିକି ବଢ଼ୁଛି ଦୁଇ ରାଜ୍ୟର ତତ୍ପରତା।
ଶନିବାର କୋଟିଆର ବିବାଦୀୟ ଗ୍ରାମାଞ୍ଚଳରେ ଆନ୍ଧ୍ର ପୋଲିସର ପେଟ୍ରୋଲିଂକୁ ନେଇ ଦେଖାଦେଇଥିଲା ଉତ୍ତେଜନା।
ଫଗୁଣସିନେରୀ, ଫାଟୁସିନେରୀ ଓ ଡୋଳିଆମ ଗାଁରେ ଆନ୍ଧ୍ର ପୋଲିସର ଗତିବିଧି ଦେଖି ସେମାନଙ୍କୁ ଅଟକାଇଥିଲା କୋରାପୁଟ ପୋଲିସ।
ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା।
ପରେ ଆନ୍ଧ୍ର ପୋଲିସ ଫେରିଯାଇଥିବା ସୂଚନା ମିଳିଛି।
Advertisment କୋଟିଆରେ ପଶି ଆନ୍ଧ୍ରର ଜୋର ଜବରଦସ୍ତ ନିର୍ବାଚନ ପ୍ରକ୍ରିୟାକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଛକାପଂଝା ଲାଗିରହିଛି।
କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଆଉ ଏକ ପ୍ରଲୋଭନକାରୀ ଯୋଜନାକୁ ପଣ୍ଡ କରିଛି ଓଡ଼ିଶା ପ୍ରଶାସନ।
କୋଟିଆର ଉପରସେମ୍ବି ଗ୍ରାମରେ ହିତାଧିକାରୀଙ୍କୁ ମାଗଣା ସୋଲାର ଉପକରଣ ବାଣ୍ଟି ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଥିବା ଆନ୍ଧ୍ରର ପ୍ରତିନିଧିମାନଙ୍କୁ ଓଡ଼ିଶା ପ୍ରଶାସନ ଓ ପୁଲିସ ତଡ଼ି ବାହାର କରିଛି।
ନିର୍ବାଚନକୁ ନେଇ କୋଟିଆରେ ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ଦୁଇ ରାଜ୍ୟର ପ୍ରଶାସନିକ ଗତିବିଧି ଉପରେ ଏବେ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।