Odisha Assembly: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହଟ୍ଟଗୋଳ, ଅପରାହ୍ଣ ୧ଟା ୧୦ ଯାଏଁ ଗୃହ ମୁଲତବୀ
"ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିବସ।
ପ୍ରଶ୍ନକାଳଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ | ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲାନି ବିଧାନସଭା ।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ।
ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ ।
ହଟ୍ଟଗୋଳକୁ ନଜରରେ ରଖି ଅପରାହ୍ଣ ୧ ଘଟିକା ୧୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।Advertisment ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ କରାଯାଇଥିଲା ।
ସମସ୍ତ ସଦସ୍ୟ ଛିଡ଼ା ହୋଇ ଦିବଙ୍ଗତଙ୍କ ଅମର ଆତ୍ମା ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରିଥିଲେ ।
ହେଲେ ଏହା ପରେ ପ୍ରଶ୍ନକାଳ ଆମ୍ଭ ହେଉ ହେଉ ବିରୋଧୀ ହୋହଲ୍ଲା କରିଥିଲେ ।
ସୂଚନାଥାଉକି, ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ।
ମୋଟ ୯ଟି କାର୍ଯ୍ୟଦିବସ ରହିଛି ।
Seriously Injured: ଇଣ୍ଟରନେଟ୍ କେବୁଲ କାମ ବେଳେ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।