Odisha BJP to Hold State Executive Meeting: ୫ରେ ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ୪୦୦ରୁ ଅଧିକ ପ୍ରତିନିଧି
ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦିନ ଓ ସ୍ଥାନ ଘୋଷିତ ହୋଇଛି । ଆସନ୍ତା ୫ ଓ ୬ ତାରିଖରେ କଟକ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏହା ବିଜେପି ସାଙ୍ଗଠନିକ ପଦ୍ଧତିର ପ୍ରମୁଖ ଗତିବିଧି। ବୈଠକରେ ଯୋଗଦେବେ ୪୦୦ରୁ ଅଧିକ ପ୍ରତିନିଧି। କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ, ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ସୁନୀଲ ବଂଶଲ ଯୋଗଦେବେ।
ଏଥିସହ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସମସ୍ତ ବିଧାୟକ, ସମସ୍ତ ବିଧାୟକ ପ୍ରାର୍ଥୀ, ସମସ୍ତ ଏସଡିସି ମେମ୍ବର ମଧ୍ୟ ଯୋଗ ଦେବେ। ବୈଠକରେ ୩ଟି ପ୍ରସ୍ତାବ ଆଗତ ହେବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି।
ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦିନ ଓ ସ୍ଥାନ ଘୋଷିତ
ଆସନ୍ତା ୫ ଓ ୬ ତାରିଖରେ କଟକ ଇଣ୍ଡୋର ଷ୍ଟାଡିଅମରେ ବୈଠକ
ବୈଠକରେ ଯୋଗଦେବେ ୪୦୦ରୁ ଅଧିକ ପ୍ରତିନିଧି
ସାମିଲ ହେବେ ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ସୁନୀଲ ବଂଶଲ
ଉପସ୍ଥିତ ରହିବେ ସମସ୍ତ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ
ସମସ୍ତ ମନ୍ତ୍ରୀ, ସମସ୍ତ ବିଧାୟକ, ବିଧାୟକ ପ୍ରାର୍ଥୀ, ଏସଡିସି ମେମ୍ବର ବି ଯୋଗ ଦେବେ
ବୈଠକରେ ୩ଟି ପ୍ରସ୍ତାବ ଆଗତହେବ- ଯତୀନ ମହାନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।