Odisha Child Rights Commission ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ
"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଓ ସଦସ୍ୟ କସ୍ତୁରୀ ମିଶ୍ର ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଗତକାଲି ସେପ୍ଟେମ୍ବର ୯)ରେ ରାଇରଙ୍ଗପୁର ପହଞ୍ଚିଛନ୍ତି।
ସେମାନେ ସେପ୍ଟେମ୍ବର ୧୨ ଯାଏଁ ଜିଲ୍ଲାରେ ରହି ଶିଶୁମାନଙ୍କ ସୁରକ୍ଷା, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ଯାତନା ଓ ଶୋଷଣରୁ ମୁକ୍ତି, ଉପଯୁକ୍ତ ଯତ୍ନ ଓ ପୁନର୍ବାସ ଆଦି କାର୍ଯ୍ୟକ୍ରମର ସମୀକ୍ଷା କରିବେ।
Advertisment ଗସ୍ତ ସୂଚୀ ଅନୁଯାୟୀ ଅଧ୍ୟକ୍ଷା ଓ ସଦସ୍ୟ ଗତକାଲି ଅପରାହ୍ନରେ ରାଇରଙ୍ଗପୁରରେ ପହଞ୍ଚି ରାତ୍ରିଯାପନ କରିଥିଲେ।
ଆଜି (ଗୁରୁବାର) ପୂର୍ବାହ୍ନରେ ଶୁକୃଳି ଆଇସିଡିଏସ ଅଧୀନ ଖିଚିଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ।
ରରୁଆଁ ସ୍ଥିତ ମା ବାସୁଳୀ ଟିଏଚଆର (ଟେକ୍ ହୋମ ରାସନ) ଛତୁଆ ୟୁନିଟ୍, ରାଇରଙ୍ଗପୁରସ୍ଥିତ ୱାନ୍ ଷ୍ଟପ୍ ସେଣ୍ଟର,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ଚିକିତ୍ସା ୱାର୍ଡ, ପ୍ରସୂତି ୱାର୍ଡ ଏବଂ ଶିଶୁ ଅନୁକୂଳ ପୁଲିସ ଥାନା ପରିଦର୍ଶନ କରି ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
Juvenile Justice Act ଶିଶୁ ସୁରକ୍ଷା ଆଇନ ନେଇ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅପରାହ୍ନରେ ବିଜାତଳା ବ୍ଲକର ବଡାମତଳିଆ ଏସଏସଡି ଏବଂ ବିଶୋଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିଵିଭି) ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ଗସ୍ତ କରିବା ପରେ ବାରିପଦାରେ ପହଞ୍ଚିଛନ୍ତି।
କ୍ଷେତ୍ର ପରିଦର୍ଶନ ସମୟରେ ଅଧ୍ୟକ୍ଷା ମୁଖ୍ୟତଃ ଶିଶୁମାନଙ୍କ ସୁରକ୍ଷା ଓ ନିରାପତ୍ତା, ହଷ୍ଟେଲ ଓ ଅନ୍ୟାନ୍ୟ ଶିଶୁ ଆଶ୍ରୟସ୍ଥଳୀରେ ଶିଶୁମାନଙ୍କ ନିରାପଦ ପରିବେଶ, ଯତ୍ନ ଓ ତଦାରଖ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ।
ସେହିପରି ଅଙ୍ଗନବାଡି କେନ୍ଦ୍ର ଏବଂ ଟିଏଚଆର ୟୁନିଟ ପରିଦର୍ଶନ ସମୟରେ ଶିଶୁମାନଙ୍କୁ ଦିଆଯାଉଥିବା ପୃଷ୍ଟିକର ଖାଦ୍ୟର ଗୁଣବତ୍ତା, ନିୟମିତତା,ସ୍ୱାସ୍ଥ୍ୟ ପରୀକ୍ଷା ଓ ବିକାଶ ନିରୀକ୍ଷଣ ଆଦିର ଅନୁଧ୍ୟାନ କରିଥିଲେ।
ଶିଶୁମାନଙ୍କ ପ୍ରତି ଶାରୀରିକ, ମାନସିକ ନିର୍ଯ୍ୟାତନା,ଅବହେଳା ଓ ଶୋଷଣ ରୋକିବା ସହିତ ଅଭିଯୋଗ ମିଳିଲେ ଏହାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।
ସେହିପରି ଶିଶୁ ଅନୁକୂଳ ପୁଲିସ ବ୍ୟବସ୍ଥାରେ ଶିଶୁମାନେ ପୁଲିସ ସହିତ ସମ୍ପର୍କରେ ଆସିଲେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଶିଶୁ ଆନୁକୂଳ ବ୍ୟବହାର, ଆଇନଗତ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ଉପଲବ୍ଧ ଉପରେ ଅନୁଧ୍ୟାନ କରିଥିଲେ।
ସର୍ବୋପରି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, ଶିଶୁ ଯତ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟକାରିତା ଉପରେ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ।
ପକ୍ସ ପୀଡିତା ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ କକ୍ଷ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ।
ଅନିଚ୍ଛିତ ଗର୍ଭଧାରଣ ଜନିତ ଜନ୍ମିତ ଶିଶୁଙ୍କ ଥଇଥାନ ପାଇଁ ଉପଯୁକ୍ତ କାଂଉନସେଲିଙ୍ଗ ପାଇଁ ପରାମର୍ଶ ଦେଇଥିଲେ।
Maternal And Child Protection: ପ୍ରସୂତି ଓ ଶିଶୁ ସୁରକ୍ଷା କ'ଣ ଏମିତି !
ତିନି ବର୍ଷରେ ମରିଛନ୍ତି ୨୬୧୧ ଆସନ୍ତାକାଲି (ଶୁକ୍ରବାର) ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ ପରେ ଅପରାହ୍ନରେ ବାରିପଦାଠାରେ ତାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।
ଏଥିରେ କ୍ଷେତ୍ର ପରିଦର୍ଶନ ଆଧାରରେ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯାଇ ଉପଯୁକ୍ତ ସୁଧାର ଦ୍ୱାରା ଏହାକୁ କିପରି ଆହୁରି ସଶକ୍ତ କରାଯିବ ସେ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।
କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସମୟରେ ତାଙ୍କ ସହିତ ଜିଲ୍ଲା ପ୍ରଶାସନର ରାଇରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଆଇସିଡିଏସ୍ର ପ୍ରୋଗ୍ରାମ ଅଧିକାରିଣୀ ଜୟଶ୍ରୀ ହୋତା, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଅନିତା ରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।