Odisha Coast on Alert: ବିଦେଶୀ ପାଣିପାଗ ମଡେଲର ବଡ଼ ଆକଳନ, ଉପକୂଳ ଉପରେ ନଜର

Oct 21, 2026 - 20:19
Odisha Coast on Alert: ବିଦେଶୀ ପାଣିପାଗ ମଡେଲର ବଡ଼ ଆକଳନ, ଉପକୂଳ ଉପରେ ନଜର

ମାସକ ଭିତରେ ଦୁଇଟି ବଡ଼ ଲଘୁଚାପ। ଗତ ଥର ଲଘୁଚାପ, ଗଭୀର ଅବପାତର ରୂପ ନେଇ ଭୀଷଣ ବର୍ଷା କରାଇଥିଲା। ହେଲେ ଏଥର ଏହା ବାତ୍ୟାର ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି, ବାତ୍ୟା ହେବା ସମ୍ଭାବନା ଅଧିକ। ବିଦେଶୀ ପାଣିପାଗ ମଡେଲ ବି ବଙ୍ଗୋପସାଗରରେ ବାତ୍ୟା ହେବା ନିଶ୍ଚିତ ବୋଲି ଦର୍ଶାଇଛନ୍ତି। ତେବେ ଏହା କେବେ ଏବଂ କେଉଁଠି ଛୁଇଁବ ଏବଂ ଏହାର ତୀବ୍ରତା ଓ ଗତିପଥ ବାବଦରେ ସ୍ପଷ୍ଟ କରିନାହାନ୍ତି। ସେପଟେ ସମ୍ଭାବ୍ୟ ବାତ୍ୟା ବାବଦରେ ଏଯାଏ କୌଣସି ସୂଚନା ଜାରି କରିନି ଆଇଏମଡି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।