Odisha cyclone alert: କୃଷି ବିଭାଗ ସମୀକ୍ଷା: କୃଷି ଅଧିକାରୀଙ୍କର ୭ ପର୍ଯ୍ୟନ୍ତ ଛୁଟି ବାତିଲ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା ସମୀକ୍ଷା ଆଜି କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ସମସ୍ତ ଅଧିକାରୀ ନିଜ ନିଜ ମୁଖ୍ୟ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି ଦୁର୍ଦ୍ଦିନରେ ଚାଷୀମାନଙ୍କୁ ସହାୟତା କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି ।
ଏବେ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଭୟଭୀତ ନହୋଇ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନିଜ ଫସଲର ସୁରକ୍ଷା କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
Advertisment ଏହି ସମୀକ୍ଷା ବୈଠକରେ କୃଷି ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧଭ, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଭାରତୀୟ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାନ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଯୋଗଦେଇଥିଲେ।
ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଏବଂ ମୃତ୍ତିକା ସଂରକ୍ଷଣ ଅଧିକାରୀ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପ୍ରସ୍ତୁତି ମଧ୍ୟ ଜାରି ରହିଛି।
ସମସ୍ତ କୃଷି ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଛୁଟି ଆସନ୍ତାକାଲି ଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
କୃଷି ବିଭାଗ ତରଫରୁ ଚାଷୀଙ୍କ ସହାୟତା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ୧୫୫୩୩୩ ବ୍ୟବସ୍ଥା କରାଯାଇଛି।
ଏହି ନମ୍ବର ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ରହିବ।
ଚାଷୀମାନେ ଫସଲ ସମ୍ବନ୍ଧୀୟ ଆବଶ୍ୟକ ପରାମର୍ଶ ସକାଳ ୮ଠାରୁ ସନ୍ଧ୍ୟା ୮ ଟା ମଧ୍ୟରେ ଉପରୋକ୍ତ ନମ୍ବରରେ କଲ୍ କରି ଜାଣିପାରିବେ।
Cyclone on the 26th: ୨୬ରେ ବାତ୍ୟା: ୨୮ରେ ସ୍ଥଳଭାଗ ଛୁଇଁବ, ଆଜି ଅବପାତ ବାତ୍ୟା ତଥା ଅବପାତ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କୃଷି ଅଧିକାରୀମାନେ ତୁରନ୍ତ ସହାୟତା କରିବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ବର୍ତ୍ତମାନର ସ୍ଥିତି ଅନୁସାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ମଧ୍ୟରେ ସୀମିତ ରହିବ।
ଓୟୁଏଟି କୁଳପତି ପ୍ରବଳ ବର୍ଷା ଏବଂ ପବନର ପ୍ରତିକୂଳ ପ୍ରଭାବରୁ ଧାନ ଏବଂ ଅଣଧାନ ଫସଲକୁ ସୁରକ୍ଷା ଦେବା ପାଇଁ କୃଷି ପରାମର୍ଶ ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।