Odisha DGP Appointment Case Hearing Today: ଆଜି ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ଶୁଣାଣି, ଚୂଡ଼ାନ୍ତ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ

Sep 07, 2026 - 09:58
Odisha DGP Appointment Case Hearing Today: ଆଜି ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ଶୁଣାଣି, ଚୂଡ଼ାନ୍ତ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି। ଡିଜିପି ଚୟନ ନେଇ ଚୂଡ଼ାନ୍ତ ରାୟ ଶୁଣାଇପାରନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ନୂତନ ଡିଜିପି ନିଯୁକ୍ତି ହେବେ। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ଗତ ୨ ତାରିଖରେ ମାମଲାର ଶୁଣାଣି ହେବାର ଥିଲା, ମାତ୍ର ସର୍ବୋଚ୍ଚ ଅଦାଲତ ଏହାକୁ ଆଜି ପାଇଁ ସ୍ଥଗିତ ରଖିଥିଲେ। DGP ଚୟନ ପାଇଁ UPSCକୁ ଓଡ଼ିଶା ସରକାର ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି। 

DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରକାଶ ସିଂହ ମାମଲାର ରାୟରେ ନିର୍ଦ୍ଦିଷ୍ଟ କରାଯାଇଥିବା ନିୟମକୁ ସଠିକ୍ ଭାବେ ଅନୁସରଣ କରାଯାଇନଥିବା ଅଭିଯୋଗ ଆଣି PIL ଦାଖଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।