Odisha DGP Khurania Meets CM Majhi: ଅବସର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ୱାଇ.ବି. ଖୁରାନିଆ

Aug 14, 2026 - 17:31
Odisha DGP Khurania Meets CM Majhi: ଅବସର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ୱାଇ.ବି. ଖୁରାନିଆ

ଅବସର ନେବାର ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସ ଡିଜି ୱାଇ.ବି. ଖୁରାନିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଏହି ସାକ୍ଷାତ ହୋଇଥିବା ଜଣାପଡ଼ିଛି।
ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସବିଶେଷ ସୂଚନା ମିଳିନାହିଁ।
ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ ତାରିଖରେ ଶେଷ ହେବ। ଅବସର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପରବର୍ତ୍ତୀ ଡିଜିପି କିଏ?

ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ଓଡ଼ିଶା ପୋଲିସର ନୂଆ ମୁଖ୍ୟ କିଏ ହେବେ, ତାହା ଏଯାଏଁ ଘୋଷଣା ହୋଇନାହିଁ। ତେଣୁ ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ପୋଲିସ ମହଲଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଉତ୍ସୁକତା ବଢ଼ିଛି।
ନୂଆ ଡିଜିପିଙ୍କ ନାଁ କେବେ ଘୋଷଣା ହେବ ଏବଂ ରାଜ୍ୟ ପୋଲିସର ନେତୃତ୍ୱ କାହାକୁ ମିଳିବ, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।