Odisha Drugs Control Department Launches Major Raid: ବିନା ଡାକ୍ତରୀ ପରାମର୍ଶରେ ନିଶା ଔଷଧ ବିକ୍ରି! ଯାଞ୍ଚ କରୁଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ
ରାଜଧାନୀରେ ମେଡିସିନ ଦୋକାନରେ ଚଢ଼ାଉ। ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ବିଶେଷ କରି ନିଶା ପାଇଁ ଅପବ୍ୟବହାର ହେଉଥିବା ଔଷଧର ମହଜୁଦ ଓ ବିକ୍ରିକୁ ନେଇ ଚାଲିଛି ଯାଞ୍ଚ। ଡିପ୍ରେସନ ତଥା ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ପାଇଁ ଡାକ୍ତର ନିଶା ଔଷଧ ପେସ୍କ୍ରାଇବ୍ କରିଥାନ୍ତି। ତେବେ ବିନା ଡାକ୍ତରଙ୍କ ପରାମର୍ଶରେ ସେସବୁ ମେଡିସିନ ବିକ୍ରି କରିବା ଅପରାଧ। କିଛି ମେଡିସିନ ଦୋକାନୀ ନିୟମକୁ ଉଂଲ୍ଲଘନ କରିଥିବା ଜଣାପଡ଼ିଛି।
ଏହାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ରାଜଧାନୀରେ ମେଡିସିନ ଦୋକାନୀ କେତେ ନିଶା ମେଡିସିନ ଆଣୁଛନ୍ତି, କେତେ ବିକ୍ରି ହେଉଛି ଆଉ କେତେ ବୈଧତା ରହିଛି ତାହାକୁ ନେଇ ତଦନ୍ତ କରାଯାଇଛି। କିଛି ବ୍ୟବସାୟୀ ଏଥିରେ ଅନିୟମିତତା କରିଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ୍ସ ଇନ୍ସପେକ୍ଟର ସୁଦର୍ଶନ ବିଶ୍ୱାଳ । ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।