Odisha Footballers Safe Amid Nepal Crisis: ନେପାଳରେ ଫସିଥିବା ଓଡ଼ିଆଙ୍କୁ ନେଇ ବଡ଼ ଅପଡେଟ୍, ସୁରକ୍ଷିତ ଓଡ଼ିଶାର ୬ ଫୁଟବଲ୍ ଖେଳାଳି

Aug 27, 2026 - 14:00
Odisha Footballers Safe Amid Nepal Crisis: ନେପାଳରେ ଫସିଥିବା ଓଡ଼ିଆଙ୍କୁ ନେଇ ବଡ଼ ଅପଡେଟ୍, ସୁରକ୍ଷିତ ଓଡ଼ିଶାର ୬ ଫୁଟବଲ୍ ଖେଳାଳି

ନେପାଳରେ ଫସିଥିବା ଓଡ଼ିଆଙ୍କୁ ନେଇ ବଡ଼ ଅପଡେଟ୍ । ସୁରକ୍ଷିତ ୬ ଫୁଟବଲ୍ ଖେଳାଳି। ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ଯୋଗାଯୋଗ ପ୍ରକ୍ରିୟା ଜୋରଦାର କରାଯାଇଛି। ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗ ରଖାଯାଇଥିବା ବେଳେ ନେପାଳ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସମନ୍ୱୟ ଜାରି ରହିଛି। ଓଡ଼ିଶା ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଛନ୍ତି। ନେପାଳର ପୋଖରାରେ ଫୁଟବଲ୍ ଖେଳିବାକୁ ଯାଇଥିବା ଭୁବନେଶ୍ୱରର ୬ ଜଣ ଯୁବ ଖେଳାଳିଙ୍କୁ ନେଇ ଆଶ୍ୱସ୍ତିର ଖବର ମିଳିଛି।

କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଖେଳାଳିମାନେ ଯେଉଁ ଅଞ୍ଚଳରେ ଅଛନ୍ତି, ସେଠାରେ ଭୂସ୍ଖଳନ କି ବନ୍ୟାର ପ୍ରଭାବ ନାହିଁ। ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସରକାର ସେମାନଙ୍କ ସହ ଯୋଗାଯୋଗରେ ରହିଛି।ଖେଳାଳିମାନଙ୍କୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବା ପାଇଁ ବିଭାଗ ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ନେପାଳ ସରକାର ଓ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି।

ସେପଟେ ନେପାଳ ଯାଇଥିବା ପୁରୀ ଜିଲ୍ଲାର ରାକେଶ ରଞ୍ଜନ ପଣ୍ଡାଙ୍କୁ ନେଇ ମଧ୍ୟ ଆଶ୍ୱସ୍ତିର ଖବର ମିଳିଛି। ସେ ସୁରକ୍ଷିତ ଥିବା ବେଳେ ଭାରତ ଫେରି ଆସିଥିବା ସୂଚନା ଦେଇଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡା । ସହାୟତା ପାଇଁ ଜାରି ହୋଇଥିବା କଣ୍ଟ୍ରୋଲ୍ ରୁମ୍ ନମ୍ବରଗୁଡ଼ିକ ହେଉଛି ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫। 

ନେପାଳରେ ଫସିଥିବା ଓଡ଼ିଆଙ୍କୁ ନେଇ ବଡ଼ ସୂଚନା
ନେପାଳରେ ସୁରକ୍ଷିତ ଅଛନ୍ତି ଓଡ଼ିଆ
ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗ ରଖାଯାଇଛି
ନେପାଳ ଦୂତାବାସ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି
ଭୁବନେଶ୍ୱରରୁ ଫୁଟବଲ୍ ଖେଳିବାକୁ ଯାଇଥିବା ୬ ଜଣ ସୁରକ୍ଷିତ 
ପୁରୀ ଜିଲ୍ଲାର ରାକେଶ ରଞ୍ଜନ ପଣ୍ଡା ମଧ୍ୟ ସୁରକ୍ଷିତ
ପ୍ରତି ଜାଗା ବୁଲିବୁଲି ରେସ୍କ୍ୟୁ ଅପରେସନ ଚାଲିଛି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।