Odisha Gears Up for Durga Puja: ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ, ଆଜି ମଣ୍ଡପ ଗୁଡିକରେ ହେବ ଷଷ୍ଠୀ ପୂଜା
ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ। ଆଜି ମଣ୍ଡପ ଗୁଡିକରେ ମାଆଙ୍କର ହେବ ଷଷ୍ଠୀ ପୂଜା। ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ। ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ। ଏହାପରେ ଆରମ୍ଭ ହେବ ମହାମାୟାଙ୍କ ପୂଜାନୀତି।
କାଲି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଆଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଗଲାଣି ଗହଳି ଚହଳି। ସୁଉଚ୍ଚ ତୋରଣ ଓ ଲାଇଟ୍ ରେ ଝଲସୁଛି ସହର ବଜାର। ସେପଟେ ଆଜି ଦେବୀ ପୀଠ ଗୁଡ଼ିକରେ ମହାସପ୍ତମୀ ପୂଜା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।