Odisha Governor Meets PM Modi: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ, ବିକାଶ ନେଇ ଆଲୋଚନା

Oct 01, 2026 - 22:15
Odisha Governor Meets PM Modi: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ, ବିକାଶ ନେଇ ଆଲୋଚନା

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ। ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ସମୟରେ କମଭମପାଟି ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାରେ ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସେଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। 

ରାଜ୍ୟପାଳ ନିକଟରେ ଓଡ଼ିଶା ଲୋକ ଭବନକୁ ପ୍ରଦାନ କରାଯାଇଥିବା IGBC ପ୍ଲାଟିନମ୍ ପ୍ରମାଣପତ୍ର ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆଲୋଚନାରେ ରାଜ୍ୟର ବିକାଶ ଏବଂ ଓଡ଼ିଶାରେ ପ୍ରମୁଖ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଷୟଗୁଡ଼ିକ ସାମିଲ ଥିଲା। ସାକ୍ଷାତ ସମୟରେ କମ୍ଭମପାଟିଏବଂ ପ୍ରଧାନମନ୍ତ୍ରୀ ପରସ୍ପରକୁ ସ୍ମାରକ ଉପହାର ମଧ୍ୟ ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।