16 SEPTEMBER 2026

Welcome!

Unlock your personalized experience.
Sign Up

Odisha High Court: ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧାଧିକ ବିଚାରପତି ପଦ ଖାଲି: ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୭୨ହଜାର ପାର

Sep 16, 2026 - 03:44
Odisha High Court: ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧାଧିକ ବିଚାରପତି ପଦ ଖାଲି: ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୭୨ହଜାର ପାର

କଟକ: ଓଡିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦରୁ ଅଧାରୁ ଅଧିକ ଖାଲିପଡ଼ିଛି। ୱେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ବର୍‌ ୧୦ ସୁଦ୍ଧା ହାଇକୋର୍ଟରେ ୧ଲକ୍ଷ ୭୨ ହଜାର ୭୨୭ ମାମଲା ବିଚାରାଧୀନ ରହିଛି। ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ପଦସଂଖ୍ୟା ୩୩ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୫ଜଣ ବିଚାରପତି ରହିଛନ୍ତି। ଚଳିତମାସରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କ ଗୁଜରାଟ ହାଇକୋର୍ଟକୁ ବଦଳି ହୋଇଛି। ଏଭଳି ସ୍ଥିତିରେ ଓଡ଼ିଶା ହାଇକୋର୍ଟରେ ଏବେ ୧୮ବିଚାରପତି ପଦ ଖାଲି ପଡ଼ିଛି। ଚଳିତବର୍ଷ ଆରମ୍ଭରେ ଅର୍ଥାତ୍‌ ୨୦୨୫ ଡିସେମ୍ବର୍‌ ୩୧ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୫୮ ହଜାର ୫୧୯ ଥିବା ବେଳେ ଏହି ସଂଖ୍ୟା ଏବେ ୧ ଲକ୍ଷ ୭୨ ହଜାର ଅତିକ୍ରମ କରି ସାରିଛି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଂପାଦକ ଆଇନଜୀବୀ ହୃଦାନନ୍ଦ ମହାପାତ୍ର କହିଛନ୍ତି ଯେ, ଶେଷଥର ୨୦୨୩ରେ ଓଡ଼ିଶାରୁ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ହୋଇଥିଲା। ତିନିବର୍ଷ ହେବ ଓଡ଼ିଶାର ଆଇନଜୀବୀ ଓ ବିଚାରବିଭାଗୀୟ ଅଧିକାରୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ। ୨୦୨୬ରେ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତି ପାଟନା ଓ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଦୁଇଜଣ ବିଚାରପତି ଅବସର ଗ୍ରହଣ କରିଥିଲେ। ଜଣେ ବରିଷ୍ଠ ବିଚାରପତିଙ୍କ ଅନ୍ୟ ହାଇକୋର୍ଟକୁ ବଦଳି ହୋଇଛି। 

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୨ ହଜାରରୁ ଅଧିକ ହୋଇଥିବା ବେଳେ ନୂଆ ମାମଲା ଦାୟର ହେଉଛି। ଫଳରେ ଏହି ସଂଖ୍ୟା ବଢ଼ି ଚାଲିଛି। ବିଚାରପତି ପଦ ପୂରଣ ଲାଗି ହାଇକୋର୍ଟ ବାର୍‌ ପକ୍ଷରୁ ଗତ ଅଗଷ୍ଟ ୧୩ ଓ ୧୪ରେ ଜରୁରି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ କେତେକ ପ୍ରସ୍ତାବ ଗୃହୀତ ହୋଇଥିଲା। ତୁରନ୍ତ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଆସୋସିଏସନ୍‌ ତରଫରୁ ଦାବି କରାଯାଇଥିଲା। ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ୍‌ ଚାରିଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପାରିସ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବିଚାରପତି ପଦ ପୂରଣ ହୋଇ ପାରି ନାହିଁ। ହାଇକୋର୍ଟ ବାର୍‌ର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର କହିଛନ୍ତି ଯେ ଆଗକୁ ନଭେମ୍ବର୍‌ରେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଆଉ ଜଣେ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ବହୁ ବିଚାରପତି ପଦ ଖାଲି ପଡ଼ିଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାର ତତ୍ପରତା ପ୍ରକାଶ କରିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।