Odisha High Court: ବନ୍ଦୀଙ୍କ ପାଇଁ ମୁକ୍ତ ସୁଧାର ଅନୁଷ୍ଠାନ ପାଇଁ ମନିଟରିଂ କମିଟି ଗଠିତ

Aug 08, 2026 - 09:27
Odisha High Court: ବନ୍ଦୀଙ୍କ ପାଇଁ ମୁକ୍ତ ସୁଧାର ଅନୁଷ୍ଠାନ ପାଇଁ ମନିଟରିଂ କମିଟି ଗଠିତ

"କଟକ: ଜେଲ ସଂସ୍କାର, ଭିଡ କମାଇବା ଓ ମୁକ୍ତ ସୁଧାର ଅନୁଷ୍ଠାନ (ଓପନ କରେକ୍ସନାଲ ଇନଷ୍ଟିଚ୍ୟୁସନ ବା ଓସିଆଇ) ପ୍ରତିଷ୍ଠା ପ୍ରସଂଗରେ ସୁପ୍ରିମକୋର୍ଟ ସୁହାସ ଚକମା ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ କାର୍ଯ୍ୟକାରୀ ସଂକ୍ରାନ୍ତରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ପ୍ରସଂଗରେ ହୋଇଥିବା ଅଗ୍ରଗତି ନେଇ ସବିଶେଷ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଜେଲରେ ଭିଡ କମାଇବା ପାଇଁ ମୁକ୍ତ ସୁଧାର ଅନୁଷ୍ଠାନ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ଗୃହ ବିଭାଗ ତରଫରୁ ଓସିଆଇ ଗୁଡ଼ିକର ପରିଚାଳନା ପାଇଁ ମନିଟରିଂ କମିଟି ଗଠନ କରାଯାଇ ଜୁଲାଇ ୨୮ରେ ବିଜ୍ଞପ୍ତି ଜାରି ହୋଇଛି ବୋଲି ଅବଗତ କରାଯାଇଥିଲା।

ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜୁଲାଇ ୨୮ର ବିଜ୍ଞପ୍ତି ଆଧାରରେ କଣ ପଦକ୍ଷେପ ଗ୍ରହଣ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମନିଟରିଂ କମିଟିକୁ ସଚିବାଳୟ, ଲଜିଷ୍ଟିକ, ପ୍ରଶାସନିକ ଓ ଆନୁଷ୍ଠାନିକ ସମର୍ଥନ ପ୍ରଦାନ ପାଇଁ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି, କମିଟିର ଯଦି ବୈଠକ ଅନୁଷ୍ଠିତ ହୋଇଥାଏ ତେବେ ଏଥିରେ କଣ ନିଷ୍ପତ୍ତି ନିଆଯାଇଛି ସେ ନେଇ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରାଯିବ।

ସୁପ୍ରିମକୋର୍ଟଙ୍କ ରାୟ ଓ ଜୁଲାଇ ୨୮ର ଗୃହ ବିଭାଗର ବିଜ୍ଞପ୍ତି ପରେ ହୋଇଥିବା ଅଗ୍ରଗତି ଓ ଆନୁସଙ୍ଗିକ ବ୍ୟବସ୍ଥା ନେଇ ସରକାର ଷ୍ଟାଟସ ରିପୋର୍ଟ ମାଧ୍ୟମରେ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି।

MSME Technology Centre: ଟେକ୍ନୋଲୋଜି ସେଣ୍ଟର୍‌ର ଭାଗ୍ୟ ଫିଟିଲା: ୧୨ ଏକର ଜମି ଯୋଗାଇଲା ରାଜସ୍ବ ବିଭାଗ ଏହି ନିର୍ଦ୍ଦେଶର କପି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପଠଯିବ ବୋଲି ହାଇକୋର୍ଟ କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ସୁପ୍ରିମକୋର୍ଟ ସୁହାସ ଚକମା ମାମଲାରେ ୨୦୨୬, ଫେବ୍ରୁଆରି ୨୬ରେ ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ।

ଗରିମାର ସହିତ ବଞ୍ଚିବାର ଅଧିକାର ଓ ସୁଧାରମୂଳକ ନ୍ୟାୟ ଜେଲରେ ଥିବା ବନ୍ଦୀଙ୍କ ଅଧିକାର।

ପାରମ୍ପରିକ ଜେଲ ଗୁଡ଼ିକରେ ଭିଡ କମାଇବା ପାଇଁ ମୁକ୍ତ ସୁଧାର ଅନୁଷ୍ଠାନର ବିସ୍ତାର କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ସୁହାସ ଚକମା ରାୟ ପରେ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରି ଶୁଣାଣି କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।