Odisha Launches Yatri Safety App: ଯାତ୍ରୀଙ୍କ ସୁରକ୍ଷା ପାଇଁ ଲଞ୍ଚ ହେଲା Odisha Yatri Safety App, ରହିଛି One-Click SOS ସୁବିଧା

Sep 04, 2026 - 20:38
Odisha Launches Yatri Safety App: ଯାତ୍ରୀଙ୍କ ସୁରକ୍ଷା ପାଇଁ ଲଞ୍ଚ ହେଲା Odisha Yatri Safety App, ରହିଛି One-Click SOS ସୁବିଧା

ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ସରକାର ‘Odisha Yatri Safety App’ ଲଞ୍ଚ କରିଛନ୍ତି। ଅଗଷ୍ଟ ୩୧ରେ ଲୋକାଲ୍ ସେଲ୍ଫ-ଗଭର୍ଣ୍ଣମେଣ୍ଟ ଡେ’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସେଫ୍ଟି ଆପ୍‌କୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ହାଉସିଂ ଆଣ୍ଡ ଅର୍ବାନ୍ ଡେଭଲପମେଣ୍ଟ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଆପ୍‌ର ବ୍ରାଣ୍ଡ ଆମ୍ବାସାଡର ଅର୍ଚ୍ଚିତା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ଆପ୍‌ରେ ଯାତ୍ରୀଙ୍କ ପାଇଁ One-Click SOS ସୁବିଧା ରହିଛି। ଜରୁରୀ ସମୟରେ ଗୋଟିଏ କ୍ଲିକ୍‌ରେ ସହାୟତା ମାଗିବା ସହ ଜରୁରୀକାଳୀନ କଣ୍ଟାକ୍ଟଙ୍କୁ ଆଲର୍ଟ ପଠାଇହେବ। ଏହା ସହ ‘Shake & Alert’ ଫିଚର ମଧ୍ୟ ରହିଛି। ଫୋନ୍‌କୁ ହଲାଇଲେ ଆଲର୍ଟ ଆକ୍ଟିଭ୍‌ ହୋଇପାରିବ।

ସେହିପରି ଲାଇଭ୍ ଲୋକେସନ୍ ସେୟାରିଂ, ପୋଲିସ, ଆମ୍ବୁଲାନ୍ସ ଓ ଫାୟାର୍ ସର୍ଭିସ୍‌ର ତୁରନ୍ତ ଆକ୍ସେସ୍‌, ଅଡିଓ ରେକର୍ଡିଂ ଓ ଟ୍ରଷ୍ଟେଡ୍ କଣ୍ଟାକ୍ଟ ଭଳି ସୁବିଧା ମଧ୍ୟ ରହିଛି। ଯାତ୍ରା ସୁରକ୍ଷିତ ଭାବେ ଶେଷ ହେଲେ ‘Mark Ride as Safe’ ବିକଳ୍ପରେ ଏହା ନିଶ୍ଚିତ କରିହେବ।

ମହିଳା, ବରିଷ୍ଠ ନାଗରିକ ଓ ଅନ୍ୟ ସମ୍ବେଦନଶୀଳ ବର୍ଗର ଯାତ୍ରୀଙ୍କ ସୁରକ୍ଷାକୁ ଆପ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। Odisha Yatri ଏକ ଇଣ୍ଟିଗ୍ରେଟେଡ୍ ମୋବିଲିଟି ପ୍ଲାଟଫର୍ମ ହୋଇଥିବା ବେଳେ ଏଥିରେ ରାଇଡ୍ ବୁକିଂ, ଅମା ବସ୍‌, FASTicket ଓ ବୋଟିଂ ଭଳି ସେବା ମଧ୍ୟ ଉପଲବ୍ଧ ରହିଛି।

ଆପ୍ର ପ୍ରମୁଖ ସେଫ୍ଟି ଫିଚର୍

  • One-Click SOS ଓ ଜରୁରୀକାଳୀନ ସହାୟତା 
  • ଫୋନ୍ ଶେକ୍ କରି Shake & Alert 
  • ଭରସାଯୋଗ୍ୟ କଣ୍ଟାକ୍ଟଙ୍କ ସହ Live Location Sharing 
  • ପୋଲିସ, ଆମ୍ବୁଲାନ୍ସ ଓ ଫାୟାର୍ ସର୍ଭିସ୍ର ତୁରନ୍ତ ଆକ୍ସେସ୍ 
  • ଜରୁରୀ ସମୟରେ Audio Recording & Sharing 
  • Trusted Contact Integration 
  • ନିରାପଦରେ ପହଞ୍ଚିବା ପରେ Mark Ride as Safe 
  • ସମସ୍ତ ଜରୁରୀ ହେଲ୍ପଲାଇନ୍ ନମ୍ବର ଗୋଟିଏ ସ୍ଥାନରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।