Odisha Migrant Worker Dies In Tamil Nadu: ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ, ଶବ ହୋଇ ଫେରିଲେ ଯୁବକ
ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ, ହେଲେ ଶବ ହୋଇ ଘରକୁ ଫେରିଲେ ଯୁବକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଦଳିତ ସାହିର ଦୁଃଖଦ ଘଟଣା । ମୃତକ ହେଲେ ୩୦ ବର୍ଷୀୟ ତପନ ଖରା । ପରିବାର ପ୍ରତିପୋଷଣ ପାଇଁ ଗତ ୧୧ ତାରିଖରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ତପନ ।
ତେବେ ଗତ ୧୩ ତାରିଖରେ ସହକର୍ମୀମାନେ ତାଙ୍କ ମୃତଦେହ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ଏହାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ସହଯୋଗରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତଦେହ ନାରାୟଣପାଟଣା ଅଣାଯାଇଛି । ତପନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମୃତ୍ୟୁର କାରଣ ତଦନ୍ତ କରିବା ସହ ଗରିବ ପରିବାରକୁ ଆର୍ଥିକ ସହାୟତା ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।
ପୁଣି ଜଣେ ଦାଦନଙ୍କ ମୃତ୍ୟୁ
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ
ନାରାୟଣପାଟଣା ଦଳିତ ସାହିର ଘଟଣା
ମୃତକ ୩୦ବର୍ଷୀୟ ତପନ ଖରା
ପ୍ରଶାସନର ସହଯୋଗରେ ଗାଁକୁ ଆସିଲା ମୃତଦେହ
ମୃତ୍ୟୁର ତଦନ୍ତ ଓ ଆର୍ଥିକ ସହାୟତା ପାଇଁ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।