Odisha Migrant Workers Stranded In Telangana: ତିନି ମାସର ମଜୁରୀ ନାହିଁ, ତେଲେଙ୍ଗାନାରେ ଭୋକ ଉପାସରେ ୯ ଓଡ଼ିଆ
ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର ସାଂଘାତିକ ଚିତ୍ର l ତେଲେଙ୍ଗାନାରେ ଫସି ରହିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ l ଖାଇବାକୁ ରାସନ ନାହିଁ କି ପାଖରେ ଟଙ୍କା ମଧ୍ୟ ନାହିଁ । ଫଳରେ ଭୋକ ଉପାସରେ ପଡି ରହିଛନ୍ତି ଶ୍ରମିକମାନେ l ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ଶ୍ରମିକମାନେ l ତିନି ମାସ ପୂର୍ବରୁ ଗଜପତି ଜିଲ୍ଲା ମୋହନା, ଆର୍ .ଉଦୟଗିରି, ନୂଆଗଡ, ରାୟଗଡ଼ ବ୍ଲକର ୭ ଜଣ ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଦୁଇ ଜଣ ଶ୍ରମିକ ତେଲେଙ୍ଗାନାର ମେହେବୁବାବାଦ୍ ଜିଲ୍ଲା ସିତେନପେଟକୁ ଦାଦନ ଖଟିବାକୁ ଯାଇଥିଲେ ।
ସେଠାରେ ଜଣେ ଠିକାଦାର ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ l ତିନି ମାସ କାମ କରିବା ପରେ ମଧ୍ୟ ସମ୍ପୃକ୍ତ ଠିକାଦାର ମଜୁରୀ ଦେଉନାହିଁ l ମାଗିଲେ ଧମକ ଚମକ ଦେବା ସହ ବନ୍ଦୀ କରିବାର ଭୟ ଦେଖାଉଛି l ଜୀବନ ପ୍ରତି ଭୟ ଥିବାରୁ ଶ୍ରମିକମାନେ ଏକ ଭିଡ଼ିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି l ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି l....
ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର ସାଂଘାତିକ ଚିତ୍ର
ତେଲେଙ୍ଗାନାରେ ଫସିରହିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ
ଖାଇବାକୁ ରାସନ ନାହିଁ କି ଟଙ୍କା ମଧ୍ୟ ନାହିଁ
୩ ମାସ ଖଟିବା ପରେ ମଧ୍ୟ ଦରମା ଦେଉନି ଠିକାଦାର
ଜୀବନ ପ୍ରତି ଭୟ ଥିବା ଶ୍ରମିକଙ୍କ ଅଭିଯୋଗ
ଭିଡିଓ ଜାରି କରି ସହାୟତା ମାଗିଲେ ଶ୍ରମିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।