Odisha on High Alert: ବାତ୍ୟା ଭୟରେ ଥରହର ଓଡ଼ିଶା, ଦକ୍ଷିଣ ଜିଲ୍ଲାରେ ହାଇଆଲର୍ଟ

Oct 27, 2026 - 20:11
Odisha on High Alert: ବାତ୍ୟା ଭୟରେ ଥରହର ଓଡ଼ିଶା, ଦକ୍ଷିଣ ଜିଲ୍ଲାରେ ହାଇଆଲର୍ଟ

କୋପ ଦେଖାଇଲାଣି ପବନ।

ଲାଗି ରହିଛି ଅନବରତ ବର୍ଷା।

ଆସନ୍ତାକାଲି ଆନ୍ଧ୍ରରେ ଲ୍ୟାଣ୍ଡଫଲ ପରେ ମାଲକାନଗିରି ଦେଇ ଛତିଶଗଡ଼ ଆଡେ ମୁହାଁଇବ ବାତ୍ୟା।

ତେଣୁ ସବୁଠୁ ଅଧିକ ପ୍ରଭାବିତ ହେବ ରାଜ୍ୟର ଏହି ଜିଲ୍ଲା।

ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ।

ମୁତୟନ ହୋଇଛନ୍ତି ଗୋଟିଏ NDRF, ୩ଟି ODRAF ଏବଂ ୭ଟି ଅଗ୍ନିଶମ ଟିମ୍।

ଉଦ୍ଧାରକାର୍ଯ୍ୟରେ ଏମାନଙ୍କୁ ସହଯୋଗ କରିବ ବନ ବିଭାଗ।

ଏଥିପାଇଁ ଗଠନ ହୋଇଛି ବନ ବିଭାଗର ୧୫ଟି ସ୍ୱତନ୍ତ୍ର ଟିମ୍।

Advertisment ସେପଟେ ତଳିଆ ଅଂଚଳ ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ଜାତୀୟ ରାଜପଥର ପୋଲ ଏବଂ ବ୍ରିଜ ଉପରେ ରହିଛି ସତର୍କ ନଜର।

ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ।

ବାତ୍ୟା ଆସିନି ହେଲେ, ହେଲେ ଏବେଠୁ ଦେଖାଇଲାଣି କରାଳ ରୂପ।

ଝଡ଼ବର୍ଷା ଓ ପବନରେ ମାଟିରେ ଧରାଶାୟୀ ବିରାଟ ଗଛ।

ଏ ଦୃଶ୍ୟ ଗଜପତି ଜିଲ୍ଲା ଗୁମ୍ମାର।

ଗଛ ଉପୁଡିଛି, ପ୍ରଭାବିତ ହୋଇଛି ବିଦ୍ୟୁତ୍ ସେବା।

ଜିଲ୍ଲାର ମୋହନାରେ ବି ସମାନ ଚିତ୍ର।

ବାତ୍ୟା ପ୍ରଭାବରେ ରାଇପଙ୍କା-ମାଦ୍ରାବାଜୁ ଘାଟି ରାସ୍ତାରେ ଗଛ ପଡି ଅବରୋଧ ହୋଇଛି।

ଅଗ୍ନିଶମ କର୍ମଚାରୀ ଗଛ କାଟି ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି।

ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ବି ଅଧିକ।

ତେଣୁ ପ୍ରଶାସନ ତତ୍ପର।

ପ୍ରାୟ ୧୫ହଜାର ଲୋକଙ୍କ ମଧ୍ୟରୁ ୨ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି।

ଗତକାଲି ରାତିରୁ ଲାଗି ରହିଛି ବର୍ଷା।

ତୁହାକୁ ତୁହା ବର୍ଷୁଛି।

ଜୋରରେ ପବନ ବି ହେଉଛି।

ଗଞ୍ଜାମରେ ବି ବାତ୍ୟାର ଅଧିକ ପ୍ରଭାବ ପଡିବା ଆଶଙ୍କା ରହିଛି।

ତେଣୁ ସିଲ୍ କରାଯାଇଛି ଦାରିଙ୍ଗବାଡି-ଗାଜଲବାଡ଼ି ଘାଟି ରାସ୍ତା।

ବନ୍ଦ ରହିଛି ଗାଡି ଚଳାଚଳ।

ସେପଟେ ବାତ୍ୟା ଆସିବା ପୂର୍ବରୁ ଗୋପାଳପୁର ବନ୍ଦରକୁ ଚାଲିଆସିଛନ୍ତି ଆନ୍ଧ୍ରର ୩୪ଟି ମାଛଧରା ଡଙ୍ଗା।

ବନ୍ଦରର ହାର୍ବର ମଧ୍ୟରେ ଡଙ୍ଗାଗୁଡିକ ରହିଛି।

୨୪ ଘଣ୍ଟିଆ ନିରୀକ୍ଷଣ ସହ ଉଦ୍ଧାରକାର୍ଯ୍ୟ, ଆଶ୍ରୟସ୍ଥଳ ପ୍ରସ୍ତୁତି, ଡ୍ରେନେଜ୍ ସଫେଇ ଏବଂ ଉପକୂଳବର୍ତ୍ତୀ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ।

Advertisment ରାୟଗଡାରେ ଫୋକସରେ ରହିଛି ଭୂସ୍ଖଳନ।

ମାଟି ଓ ପଥର ଧସିବା ସମ୍ବେଦନଶୀଳ ଅଂଚଳ ଚିହ୍ନଟ କରିବା ସହ ଟିମ୍ କୁ ପ୍ରସ୍ତୁତ ରଖିଛି ଜିଲ୍ଲା ପ୍ରଶାସନ।

ଗୁଣୁପୁର ଓ ବିଷମକଟକରେ ପହଞ୍ଚିଛନ୍ତି ଓଡ୍ରାଫ୍ ଟିମ୍।

ତଳିଆ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ଅଣାଯାଉଛି।

କୋରାପୁଟରେ ବି ସତର୍କ ରହିଛି ପ୍ରଶାସନ।

ଜିଲ୍ଲାରେ ୬୦୦ରୁ ଅଧିକ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶହେରୁ ଅଧିକଙ୍କୁ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି.

ସିଂଦେଓ।

ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।