Odisha Police ‘Daman’ Drive: ‘ଦମନ’ ଅଭିଯାନ: ୧,୪୪୮ ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ ଏନ୍‌ଡିପିଏସ୍‌ ମାମଲା ରୁଜୁ

Oct 04, 2026 - 19:24
Odisha Police ‘Daman’ Drive: ‘ଦମନ’ ଅଭିଯାନ: ୧,୪୪୮ ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ ଏନ୍‌ଡିପିଏସ୍‌ ମାମଲା ରୁଜୁ

"କଟକ: ଆଗାମୀ ପାର୍ବଣ ପରିବେଶକୁ ଅପରାଧ ଓ ଅପରାଧୀ ମୁକ୍ତ କରିବାକୁ ରାଜ୍ୟ ପୁଲିସ ପକ୍ଷରୁ "ଦମନ" ଅଭିଯାନ ଆରମ୍ଭ ହୋଇଛି।

ସେପ୍ଟେମ୍ବର ୨୧ରୁ ଚାଲିଥିବା ଏହି ଅଭିଯାନରେ ଜିଲ୍ଲା ପୋଲିସ, କମିଶନରେଟ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ ଗୁଡିକ ଯୋଗ ଦେଇଥିଲେ।

ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା (ଏନ୍‌ଡିପିଏସ୍‌)  କାର୍ଯ୍ୟକାରୀ କରାଯାଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି।Advertisment Neglect: "ଦମନ" ପ୍ରତ୍ୟାହାରକୁ ନେଇ ପ୍ରଶ୍ନବାଚୀ; ପୁଣି ଦମନ କାର୍ଯ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ଚିଠିସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି।

ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଜବତ ହୋଇଛି।ଏଥିସହ ୧୯,୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ବେଳେ ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ କରାଯାଇଛି।ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯାଇଛି।

ଏହି ଅଭିଯାନରେ ୧୦,୨୯୮.୨୪ ଲିଟର ଚୋରା ଦେଶୀ ମଦ, , ୨,୯୨୨.୪୦୯ ଲିଟର ବିଦେଶୀ ମଦ, ୧,୦୯୨.୫୪ ଲିଟର ଆସ୍କା-୪୦ ଜବତ କରାଯାଇଛି।

ଏଥିସହ ୮୦୦ କେଜି ପୋଚ ଓ ୮୧ ଲିଟର ମହୁଲି ମଦ ମଧ୍ୟ ଜବତ ହୋଇଛି।ଏହାବ୍ୟତୀତ ଜୁଆ କାରବାର ବିରୋଧରେ ୪୬ଟି ମାମଲା ରୁଜୁ କରାଯାଇ ୬୭ ଜଣଙ୍କୁ ଗିରଫ କରାଯାଇଛି।

ସେମାନଙ୍କଠାରୁ ୪,୩୬,୦୮୬ ଟଙ୍କା ଜବତ ହୋଇଛି।

ସେହିପରି ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ ୧୬ଟି ମାମଲା ରୁଜୁ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧୦,୫୨୦ ଟଙ୍କା ଜବତ କରାଯାଇଛି।

Statewide "Daman" Drive ଅପରାଧୀଙ୍କ ଉପରେ ରହିବ ନଜର, ୨୧ରୁ ରାଜ୍ୟବ୍ୟାପୀ "ଦମନ" ଅଭିଯାନବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।

ଏଥିରେ ୫ଟି ବନ୍ଧୁକ, ଗୋଟିଏ ରିଭଲଭର, ୪ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ୍, ୨ଟି ଖାଲି କାର୍ଟ୍ରିଜ୍, ୨.୫ କେଜି ବାରୁଦ ଓ ୨ଟି ଖଣ୍ଡା ଜବତ ହୋଇଛି।

ସେହିପରି ସଂଗଠିତ ଅପରାଧ ବିରୋଧରେ ୭ଟି ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି।

ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ ନଜର ରଖିବା ସହ ବେଆଇନ ନିଶାଦ୍ରବ୍ୟ, ମଦ, ଅସ୍ତ୍ର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଚାଲାଣ ରୋକିବା ପାଇଁ ରାଜ୍ୟରେ ୧,୮୩୦ଟି ବ୍ଲକିଂ ଓ ବର୍ଡର ସିଲିଂ ଅପରେସନ୍ କରାଯାଇଥିଲା।

ଅନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ରାସ୍ତାରେ ଯାଞ୍ଚକୁ  ଜୋରଦାର କରାଯାଇଥିଲା।  "ଏନ୍‌ଆଇଏ"ର ଗ୍ୟାଙ୍ଗ୍‌ଷ୍ଟର୍‌ ଦମନ ଅଭିଯାନ: ସମଗ୍ର ଭାରତର ୬୦ଟି ସ୍ଥାନରେ ଚାଲିଛି ଚଢ଼ଉ ପାର୍ବଣ ସମୟରେ ରାଜ୍ୟବାସୀଙ୍କ ଶାନ୍ତି, ସୁରକ୍ଷା ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ସହ ଅପରାଧ ନିୟନ୍ତ୍ରଣ ଓ ପ୍ରତିଷେଧମୂଳକ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ  ଜାରି ରହିବ ବୋଲି ଡିଜିପି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।