Odisha Ranji team: ଓଡ଼ିଶା ରଣଜୀ ଦଳ ଘୋଷଣା ୪ରେ: ବରିଷ୍ଠଙ୍କୁ ବିଦାୟ ରାସ୍ତା

Oct 02, 2026 - 06:37
Odisha Ranji team: ଓଡ଼ିଶା ରଣଜୀ ଦଳ ଘୋଷଣା ୪ରେ: ବରିଷ୍ଠଙ୍କୁ ବିଦାୟ ରାସ୍ତା

"ଭୁବନେଶ୍ବର: ମାତ୍ର ଗୋଟିଏ ସପ୍ତାହ ପରେ ଓଡ଼ିଶା ରଣଜୀ ଦଳ ଏହାର ୨୦୨୬-୨୭ ଋତୁ ଆରମ୍ଭ କରିବ।

କିନ୍ତୁ ଏ ପର୍ଯ୍ୟନ୍ତ ଦଳ ଘୋଷଣା ହୋଇନାହିଁ।

ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ "ସମ୍ବାଦ"କୁ ମିଳିଥିବା ସୂଚନା ଅନୁସାରେ ଦଳ ଚୟନ ଚୂଡାନ୍ତ ହୋଇ ସାରିଛି।

ଏପରିକି ମନୋନୀତ ଖେଳାଳିଙ୍କୁ ନେଇ ଶୁକ୍ରବାରଠାରୁ ଦଳ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ପୂର୍ବତନ ରଣଜୀ ବିଜେତା ରେଳବାଇ ବିପକ୍ଷରେ ଖେଳିବ।

ଏହି ୩ ଦିନିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ।

ଏହା ପରେ ଓଡ଼ିଶା ଦଳ ଅହମଦାବାଦ ଗସ୍ତ କରି ଅକ୍ଟୋବର ୧୧ ତାରିଖରୁ ଗୁଜରାଟ ବିପକ୍ଷରେ ନିଜ ସିଜନ୍‌ ଓପନର୍‌ ଖେଳିବ।Advertisment Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌ ଆଜିଠାରୁ ରେଳବାଇ ସହ ଅଭ୍ୟାସ ରେଳବାଇ ବିପକ୍ଷ ମ୍ୟାଚ୍‌ ପାଇଁ ମନୋନୀତ ୧୬ ଜଣିଆ ଦଳ ହିଁ ରଣଜୀ ଟ୍ରଫି ପାଇଁ ପ୍ରାରମ୍ଭିକ ତାଲିକା ବୋଲି "ସମ୍ବାଦ" ଅନୁସନ୍ଧାନରୁ ଜଣାପଡ଼ିଛି।

ଗତ ସିଜନ୍‌ରେ ଓଡ଼ିଶା ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ୮ ଦଳୀୟ ଏଲିଟ୍‌-ଏ"ର ସପ୍ତମ ସ୍ଥାନରେ ରହିଥିଲା।

ନୂଆ ସିଜନ୍ ଆରମ୍ଭରୁ କିନ୍ତୁ ଓଡ଼ିଶା ପାଇଁ ନୂଆ ଆହ୍ବାନ ଆସିଯାଇଛି।

ଆହତ କାରଣରୁ ଦଳର ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍‌ ତଥା ଉଦୀୟମାନ ସମ୍ବିତ ବରାଳ ପ୍ରଥମରୁ ବାଦ୍‌ ପଡ଼ିବା ଏବଂ ପୂର୍ବରୁ ଆହତ ତାଲିକାରୁ ମୁକ୍ତ ହୋଇଥିବା ଯୁବ ବ୍ୟାଟର୍‌ ଅନିଲ ପରିଡ଼ା ସନ୍ଦେହ ତାଲିକାରେ ଥିବାରୁ ଦଳ ଅଧିକ ଚିନ୍ତାରେ ରହିଛି।

ସବୁଠାରୁ ବଡ଼ କଥା ହେଉଛି ନୂଆ ଚୟନ ସମିତି ମଧ୍ୟ ଏଥର ପ୍ରାୟ ସବୁ ବରିଷ୍ଠ ଖେଳାଳିଙ୍କୁ ମୂଳପୋଛ କରି ଏକ ନୂଆ ଦଳ ନେଇ ୨୦୨୬-୨୭ରେ ପରୀକ୍ଷା ନିରୀକ୍ଷା କରିବ।

ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ନେତୃତ୍ବ ପ୍ରଦାନ କରାଯିବା ପ୍ରାୟ ନିଶ୍ଚିତ ଥିବାବେଳେ ଏମ୍‌ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ବାଜ, ସମ୍ବିତ ବେଜା ଓ ସୌମ୍ୟ ଲେଙ୍କାଙ୍କ ଭଳି ଖେଳାଳିଙ୍କ ପାଇଁ ରଣଜୀ ଟ୍ରଫି ପଦାର୍ପଣ ଅପେକ୍ଷା କରିଛି।

ଗତ ଋତୁ ପ୍ରାରମ୍ଭରୁ ଉପେକ୍ଷିତ ଆଶୀର୍ବାଦ ସ୍ବାଇଁ ପୁଣି ଦଳର ପ୍ରଥମ ପସନ୍ଦ ୱିକେଟ୍‌ରକ୍ଷକ ହେବେ।

ଦୁଇ ପେସାଦାର ଖେଳାଳି ନିନାଦ ରାଥୱା ଏବଂ ଲଳିତ ଯାଦବଙ୍କୁ ନେଇ ଓଡ଼ିଶା ଏଥର ପୁଣି ପୁରୁଣା ଦିନ ଭଳି ଶକ୍ତିଶାଳୀ ହେବ ବୋଲି ବିଶ୍ବାସ ରଖିଛି।

Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌ ରେଳବାଇ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପରେ ଓଡ଼ିଶା ରଣଜୀ ଦଳ ଅକ୍ଟୋବର ୪ ତାରିଖରେ ଘୋଷଣା କରାଯିବ ବୋଲି ଓସିଏ ସିଇଓ ତଥା ପୂର୍ବତନ କ୍ରିକେଟର୍‌ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।

ଅନିଲ ପରିଡ଼ାଙ୍କ ଫିଟ୍‌ନେସ ଟେଷ୍ଟ୍‌ ପରେ ଆମେ ରଣଜୀ ଦଳ ଚୂଡ଼ାନ୍ତ କରିବୁ।

ସନ୍ଦୀପ ପଟ୍ଟନାୟକ ମଧ୍ୟ ଏବେ ବି ଦୌଡ଼ରେ ରହିଛନ୍ତି।

ରଣଜୀ ଦଳ ସହିତ ଆମେ ୨୩ ବ‌ର୍ଷରୁ କମ୍‌ ଦଳରେ ବି ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରକାଶ କରିଛନ୍ତି ଓସିଏ ମୁଖ୍ୟ ଚୟନକର୍ତ୍ତା କୁଳମଣି ପରିଡ଼ା।

ସମ୍ଭାବ୍ୟ ଓଡ଼ିଶା ଦଳ: ସ୍ବସ୍ତିକ ସାମଲ, ଗୌରବ ଚୌଧୁରୀ, ଓମ୍‌ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ବାଜ, ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଆଶୀର୍ବାଦ ସ୍ବାଇଁ, ଦୀନେଶ ମାଝୀ, ରାଜେଶ ମହାନ୍ତି, ଲଳିତ ଯାଦବ, ସୌମ୍ୟରଂଜନ ଲେଙ୍କା, ସମ୍ବିତ ବେଜା, ଓମ୍‌କାର ମହାନ୍ତି, ପ୍ରଶାନ୍ତ ରାଣା, ନିନାଦ ରାଥୱା, ବାଦଲ ବିଶ୍ବାଳ, ମହମ୍ମଦ ସୟଦ ତୁଫାଇଲ୍‌।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।