Odisha Student Election: କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅପ୍ରୀତିକରଣ ସ୍ଥିତି; ଭୋଟ ବାକ୍ସ ଭଙ୍ଗାରୁଜା ଅଭିଯୋଗ
କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଭୋଟ ଗଣତି ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି। ଭୋଟ ଗଣତି ଚାଲିଥିବା ସମୟରେ କିଛି ଦୁର୍ବୃତ୍ତ ବାଲାଟ୍ ପେପର ନେଇଯିବା ସହ ଭୋଟ ବାକ୍ସ ଭାଙ୍ଗି ଦେଇଛନ୍ତି। ଏପରିକି କିଛି ଭୋଟ ବାକ୍ସ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଘଟଣାକୁ ନେଇ ନିର୍ବାଚନର ସ୍ୱଚ୍ଛତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, କେତେ ଭୋଟ ବାକ୍ସ କ୍ଷତିଗ୍ରସ୍ତ ହୋଇଛି ଏବଂ ଏନେଇ ପୋଲିସ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
- ଭୋଟ ବାକ୍ସ ଭଙ୍ଗାରୁଜା ଅଭିଯୋଗ
- କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅପ୍ରୀତିକରଣ ସ୍ଥିତି
- କିଛି ଦୁର୍ବୃତ୍ତ ବାଲାଟ୍ ପେପର ନେଇଯାଇଥିବା ସୂଚନା
- ଭୋଟ ବାକ୍ସ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।