Odisha Weather Alert: ଆଉ ବାତ୍ୟା ଭୟ ନାହିଁ, ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା
"ଭୁବନେଶ୍ୱର: ଦକ୍ଷିଣ-ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବଡ଼ବାତ୍ୟାର ରୂପ ନେବ ନାହିଁ, ବରଂ ଗଭୀର ଅବପାତର ରୂପ ନେଇ ପ୍ରବଳ ବର୍ଷାହେବ।
ଏଣୁ ଆଗାମୀ ୨/୩ଦିନ ମଧ୍ୟରେ ଦକ୍ଷିଣାଞ୍ଚାଳର ୧୧ଟି ଜିଲ୍ଲା ନିମନ୍ତେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
Advertisment Low pressure: ୧୧ରେ ବଙ୍ଗୋପସାଗରରେ ଲଘୁଚାପ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ।
ଆଭାସୀ ମାଧ୍ୟମରେ ଯୋଗଦେଇ ଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ ।
ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାତ୍ୟାର ସମ୍ଭାବନା ନାହିଁ।
ଦକ୍ଷିଣାଞ୍ଚାଳ ଜିଲ୍ଲାମାନଙ୍କରେ ଲଘୁଚାପଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଏହା ସତ୍ତ୍ବେ ଶତ ପ୍ରତିଶତ ପ୍ରସ୍ତୁତି ଓ ସଜାଗ ରହିବାକୁ ସେ ସଂପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
Low pressure: ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ଅରେଞ୍ଜ ୱାର୍ଣ୍ଣିଂରେ ଓଡ଼ିଶା ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ପାଣିପାଗ ସ୍ଥିତି, ସମ୍ଭାବ୍ୟ ବର୍ଷା ଓ ଆଗାମୀ ଦିନଗୁଡ଼ିକର ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ ।
ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଏହା ପଶ୍ଚିମ, ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୩ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ୨୨ରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଗଭୀର ଅବପାତର ସମ୍ଭାବନା ରହିଛି ।
ସମୁଦ୍ରକୂଳ ଅଞ୍ଚଳରେ ସେହି ସମୟରେ ୪୫-୫୫ କିଲୋମିଟର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପ୍ରାୟ ୭୦ କିମି.
ବେଗରେ ପବନ ବହିବାର ସମ୍ଭାବନା ଅଛି।
ଏସଆରସିଙ୍କ ପକ୍ଷରୁ କୁହାଯାଇଛି , ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି ।
ଏସଆରସିଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ।
ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆବଶ୍ୟକ ସତର୍କତା ଓ ପ୍ରସ୍ତୁତି ନିଶ୍ଚିତ କରାଯିବ।
ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
Bay of Bengal: ବଙ୍ଗୋପସାଗରରେ ବାତ୍ୟା ଭୟ: ୨୩ରୁ ୨୫ ମଧ୍ୟରେ ପୂର୍ବ ଉପକୂଳ ଛୁଇଁପାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରୁ ମିଳିଥିବା ସୂଚନାନୁସାରେ, ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ସୁନିଶ୍ଚିତ କରିବାକୁ କୁହାଯାଇଛି।
ଗଂଜାମ, ଗଜପତି ଓ ମାଲକାନଗିରି ପ୍ରଭୃତି ଜିଲ୍ଲାପାଳ ତଥା ଏଡିଏମ୍ ମାନଙ୍କ ସହିତ ଆଲୋଚନା କରି ସ୍ଥିତି ସଂପର୍କରେ ସେ ସମୀକ୍ଷା କରିଥିଲେ ।
ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସଂପୃକ୍ତ ଅଧିକାରୀମାନଙ୍କ ଛୁଟି ବାତିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ନ ପ୍ରସବା ମହିଳାଙ୍କ କ୍ଷେତ୍ରରେ ଆଗୁଆ ପଦକ୍ଷେପ ସ୍ୱରୂପ ଡାକ୍ତରଖାନାଙ୍କୁ ନେବାକୁ ପରାମର୍ଶ ଦିଆଯାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଓ ଜଳ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ବାଲିମେଳା ଓ କୋଲାବ ଜଳଭଣ୍ଡାରରେ ଜଳସ୍ତର ସ୍ୱାଭାବିକ ରହିଥିବାରୁ ଆଗାମୀ ବର୍ଷାଜଳ ଧାରଣ ପାଇଁ ସେଠାରେ ଯଥେଷ୍ଟ କ୍ଷମତା ରହିଛି।
ତେବେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳଭଣ୍ଡାର କ୍ଷମତାର ପ୍ରାୟ ୮୪ ପ୍ରତିଶତ ଜଳ ଥିବାରୁ ଆବଶ୍ୟକତା ଅନୁଯାୟୀ ଜଳସ୍ତର କମାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା ଏବଂ ଅଧିକ ବର୍ଷାଜଳକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି ସହ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି।
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଯେଉଁ ସ୍ଥାନରେ ଜଳ ନିଷ୍କାସନ, ଡ୍ରେନେଜ୍ କିମ୍ବା ଅନ୍ୟାନ୍ୟ ସମସ୍ୟା ହେବାର ଆଶଙ୍କା ରହିଛି।
ବନ୍ଧ, ତଟବନ୍ଧ ଓ ଅନ୍ୟାନ୍ୟ ସଂବେଦନଶୀଳ ସ୍ଥାନରେ ସତର୍କ ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀ ଜଳ ଭଣ୍ଡାରଗୁଡ଼ିକରେ ଜଳସ୍ତର ପ୍ରତି ନଜର ରଖାଯିବା ସହ ଅଧିକ ଜଳ ସମ୍ଭାବନା କ୍ଷେତ୍ରରେ ଜଳ ନିଷ୍କାସନ ପରିଚାଳନା କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ ।
Heavy Rain: ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ, ଅଧିକାରୀଙ୍କୁ ହେଡ୍କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଏହି ବୈଠକରେ ଅଗ୍ନିଶମ ସେବା ନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡଙ୍ଗୀ, ସ୍ୱତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଏସଆରସି ଏବଂ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗୀୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।
ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।