Odisha Weather Alert: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ହାଇ ଆଲର୍ଟ ଜାରି, ଆଜି ବି ନାହିଁ ନିସ୍ତାର
ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ଘରୁ ବାହାରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଗତକାଲି ଦିଲ୍ଲୀରେ ଦିନ ସାରା ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀ ସମେତ ୧୫ଟି ରାଜ୍ୟ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି। ଓଡିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
କେତେକ ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ସହ ସ୍ଥାନୀୟ ଭାବେ ବାଦଲ ଫଟା ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି।
IMD ଅନୁସାରେ, ଉତ୍ତରପ୍ରଦେଶ ଆଡ଼ୁ ଆସୁଥିବା ବର୍ଷା ଆଜି ଦିଲ୍ଲୀ-ଏନସିଆର ଆଡ଼କୁ ଗତି କରିପାରେ। ଫଳରେ ସକାଳ ୧୧ଟାରୁ ରାତି ୮ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷାର ଅନେକ ପର୍ଯ୍ୟାୟ ଦେଖିବାକୁ ମିଳିପାରେ। ଏହି ସମୟରେ ପ୍ରାୟ ୨୦ରୁ ୬୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି।
୧୫ ରାଜ୍ୟରେ ଭାରୀ ବର୍ଷା ଆଲର୍ଟ
ଓଡିଶା, ଅଣ୍ଡାମାନ-ନିକୋବର, ଅରୁଣାଚଳ ପ୍ରଦେଶ, ଆସାମ-ମେଘାଳୟ, ବିହାର, ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା, ଚଣ୍ଡିଗଡ଼-ଦିଲ୍ଲୀ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଲକ୍ଷଦ୍ୱୀପ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, ଉତ୍ତରାଖଣ୍ଡ ଓ ପଶ୍ଚିମ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଭାରୀ ବର୍ଷା ହେବ।
ଦେଶର ଅନେକ ଅଞ୍ଚଳରେ ଲଗାତାର ମୌସୁମୀ ବର୍ଷା ଯୋଗୁଁ ଜଳବନ୍ଦୀ, ସହରାଞ୍ଚଳରେ ବନ୍ୟା ପରିସ୍ଥିତି ଏବଂ ଯାତାୟାତ ବ୍ୟବସ୍ଥାରେ ବ୍ୟାପକ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି।
ବର୍ଷାରେ ସତର୍କ ରୁହନ୍ତୁ
ପ୍ରବଳ ବର୍ଷା ଆଲର୍ଟ ଥିବାରୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଦୁଇଚକିଆ ଯାନ ଚଳାଇବା ସମୟରେ ବିଶେଷ ସତର୍କ ରୁହନ୍ତୁ। ପାଣି ଭରିଥିବା ଅଣ୍ଡରପାସ୍, ତଳିଆ ଅଞ୍ଚଳରେ ଥିବା ପୋଲ ଓ ରାସ୍ତା ଦେଇ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି। ବିମାନ ଯାତ୍ରୀମାନେ ବାହାରିବା ପୂର୍ବରୁ ନିଜ ଫ୍ଲାଇଟ୍ର ସ୍ଥିତି ଯାଞ୍ଚ କରନ୍ତୁ। ନଦୀ, ନାଳ, କେନାଲ ଓ ବନ୍ୟାପ୍ରବଣ ଅଞ୍ଚଳ ନିକଟରେ ଥିବା ଲୋକେ ପାଣି ନିକଟକୁ ଯିବାରୁ ଦୂରେଇ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।