OMC Wins Pollution Control Excellence Award 2026: ଓଏମ୍‌ସି ପରିଚାଳିତ ଖଣିକୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର

Sep 21, 2026 - 18:10
OMC Wins Pollution Control Excellence Award 2026: ଓଏମ୍‌ସି ପରିଚାଳିତ ଖଣିକୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର

ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଦାୟିତ୍ୱଶୀଳ ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଆଉ ଏକ ଉଲ୍ଲେଖନୀୟ ସଫଳତା । ଓଏମ୍‌ସିର କୁର୍ମିତାର ଲୁହାପଥର ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ କୁର୍ମିତାର ଲୁହାପଥର ଖଣିର ନିରନ୍ତର ପ୍ରୟାସକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି। ଖଣି କାର୍ଯ୍ୟକଳାପ ସହିତ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଓଏମ୍‌ସି ଏହାର ଖଣି ଅଞ୍ଚଳଗୁଡ଼ିକରେ ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପ ଗ୍ରହଣ କରିଆସୁଛି। ଧୂଳି ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସମ୍ପଦର ସୁରକ୍ଷା, ସବୁଜିକରଣ ଏବଂ ଖଣି ଅଞ୍ଚଳରେ ପରିବେଶୀୟ ସନ୍ତୁଳନ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରାଯାଉଛି। 

ଖଣି ଅଞ୍ଚଳରେ ପ୍ରଦୂଷଣର ସମ୍ଭାବ୍ୟ ଉତ୍ସଗୁଡ଼ିକର ନିୟମିତ ନିରୀକ୍ଷଣ ସହ ପରିବେଶ ସୁରକ୍ଷା ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିସହିତ, ଖଣି କାର୍ଯ୍ୟକଳାପର ପରିବେଶ ଉପରେ ପ୍ରଭାବକୁ କମାଇବା ପାଇଁ ବୈଜ୍ଞାନିକ ଓ ପରିବେଶ ଅନୁକୂଳ ପଦକ୍ଷେପକୁ ପ୍ରାଥମିକତା ଦିଆଯାଉଛି। ଖଣି ଉତ୍ପାଦନ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଏକ ସ୍ଥାୟୀ ଓ ଦାୟିତ୍ୱଶୀଳ ଖଣି ପରିଚାଳନାକୁ ଗୁରୁତ୍ଵ ଦେବା ଓଏମ୍‌ସିର ପ୍ରମୁଖ ଲକ୍ଷ୍ୟ ରହିଛି।

କୁର୍ମିତାର ଲୁହାପଥର ଖଣିକୁ ମିଳିଥିବା ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’ ଓଏମ୍‌ସିର ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ସ୍ଥାୟୀ ଖଣି ପରିଚାଳନା ପ୍ରତି ପ୍ରତିବଦ୍ଧତାର ଏକ ଉଲ୍ଲେଖନୀୟ ସ୍ୱୀକୃତି। ଖଣିଜ ସମ୍ପଦର ସୁପରିଚାଳନା ଓ ପରିବେଶ ସୁରକ୍ଷା ଓ ବିକାଶକୁ ସମାନ ଗୁରୁତ୍ୱ ଦେଇ ଓଏମ୍‌ସି ଆଗାମୀ ଦିନରେ ମଧ୍ୟ ଏହାର ପରିବେଶ ଅନୁକୂଳ ପଦକ୍ଷେପଗୁଡ଼ିକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।