OMFED Ice Cream And Water: OMFEDର ନୂଆ ଅବତାର! ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ ଓ ପାଣି, ବୋର୍ଡରେ ଆଲୋଚନା
ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ, ସେହିପରି ଓମ୍ଫେଡ ପାଣି ବି ଆସିବ l ଏ ନେଇ ବୋର୍ଡରେ ଆଲୋଚନା ଚାଲିଛି, ବୋର୍ଡ ଅନୁମୋଦନ ପରେ ଏହା ବଜାରକୁ ଆସିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓମଫେଡର ଗୁଣବତ୍ତା ରହିଛିl
ତ୍ରିସ୍ତରୀୟ ଚେକିଂ ହୁଏ l ଫ୍ୟାଟ୍ ଚେକିଂ ହୁଏ, ଅପମିଶ୍ରଣ ହୁଏନି, ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଏ l ସେପଟେ କୃଷକ ଅଧିକ ସ୍ୱାବଲମ୍ବି ହେବାଲାଗି ଓମଫେଡ୍ କ୍ଷୀରର ଦର ଦୁଇ ଟଙ୍କା ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି।
- ଆଗକୁ ଓମଫେଡ ପାଣି, ଆଇସକ୍ରିମ୍
- ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍
- ଓମଫେଡ ପାଣି ଆସିବା ଉପରେ ଚାଲିଛି ବିଚାର
- ବୋର୍ଡରେ ଆଲୋଚନା ଚାଲିଥିବା କହିଲେ ମନ୍ତ୍ରୀ
- ବୋର୍ଡ ଅନୁମୋଦନ ପରେ ବଜାରକୁ ଆସିବ: ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।